Pratidin TV

Odisha's Digital News Platform

ଆଳୁ ପରେ କନ୍ଦାଇଲାଣି ପିଆଜ , କେଜି ୭୦ ପାର୍ ..

1 min read

ରାଜ୍ୟରେ ଆଳୁ ସଙ୍କଟ ପରେ ଏବେ ପିଆଜ ଦର ଚିନ୍ତାର ବିଷୟ ପାଲଟିଛି। ସାଧାରଣ ଖାଉଟିକୁ ମହଙ୍ଗା ମାଡ଼ ହୋଇଛି।  ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ପିଆଜ ଦର । ଭୁବନେଶ୍ୱର ଏକ ନମ୍ବର ହାଟ ଓ ନୟାପଲ୍ଲୀ ହାଟରେ କିଲୋ ପିଛା ୭୦ ଟଙ୍କାରେ ବିକ୍ରି ହେଉଛି ପିଆଜ। କିଲୋ ପିଛା ୩୫ ଟଙ୍କାରେ ଆଳୁ ବିକ୍ରି ହେଉଥିବା ବେଳେ ଏବେ ପୁଣି ପିଆଜ ଦର ବଢ଼ାଇଛି ଚିନ୍ତା। ପୂର୍ବରୁ ପିଆଜ ଦର ୬୦ ଟଙ୍କା ଛୁଇଁବା ପରେ ଏବେ ଆହୁରି ପିଆଜ ଦର ବଢିଛି। ଯାହା ଖାଉଟିଙ୍କ ଚିନ୍ତାର କାରଣ ପାଲଟିଛି।

କେବଳ ଟୁଇନ୍ ସିଟି ନୁହେଁ ରାଜ୍ୟର ବିଭିନ୍ନ ସହରରେ ପିଆଜ ଦର ବଢି ବଢି ଚାଲିଛି। ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଗତ ୨ ମାସ ହେବ ଲଗାତର ଭାବେ ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି। କୁହାଯାଉଛି ନାସିକ୍‌ରେ ଦର ବୃଦ୍ଧି ପାଇଁ ପିଆଜ ଦର ବଢି ଚାଲିଛି। ସରକାର ନାଫେଡ୍ ଜରିଆରେ ପିଆଜ ଆଣୁଥିଲେ ବି ଦରରେ କୌଣସି ଫରକ ପଡୁନାହିଁ।କିଛି ବେପାରୀଙ୍କ କହିବାକଥା, ମାର୍କେଟରେ ପିଆଜ ଷ୍ଟକ୍ ନାହିଁ, ଯାହା ବାହାରୁ ଆସୁଥିଲା ବର୍ଷା ପାଇଁ ତାହା ଆସି ପାରୁନି। ଆଉ ଯାହା ବସ୍ତା ରହିଛି ସେଥିରୁ ୫ରୁ ୬ କେଜି ପଚା ବାହାରୁଛି। ସେଥିପାଇଁ ଦର ବଢାଇ ବାକୁ ବାଧ୍ୟ ହେଉଛୁ ବୋଲି ବ୍ୟବସାୟୀ କହିଛନ୍ତି। ଏକ ମାସ ଧରି ପନି ପରିବା ଦର ବଢ଼ି କି ରହିଛି, ପିଆଜ ଦର ବି କମିବାର ନାଁ ଧରୁନି। ଯାହା ଏବେ ସାଧାରଣ ଖାଉଟିର ଚିନ୍ତାର ବିଷୟ ପାଲଟିଛି।

Advertisement

Leave a Reply

Your email address will not be published. Required fields are marked *