Pratidin TV

Odisha's Digital News Platform

ଆଳୁ ପରେ ମହଙ୍ଗା ହେଲା ପିଆଜ , ଦେଖିଲେ ଆଖିରୁ ଲୁହ ଝରୁଛି ..

ଆଳୁ କନ୍ଦାଇଲା । ଏବେ ଆସିଲା ପିଆଜ ପାଳି । ଆଲୁ ଦର କିଲୋପ୍ରତି ୪୦ରୁ କମୁନଥିବାବେଳେ ଏବେ ପିଆଜ କିଲୋପ୍ରତି ୫୦ ଟଙ୍କା ଲୋକଙ୍କୁ ବାଧିଲାଣି । ରାଜ୍ୟର ବିଭିନ୍ନ ସ୍ଥାନରେ ପିଆଜ ଦର ୫୦ ଟଙ୍କା ହେଲାଣି । ଯାହା  ସାଧାରଣ ଖାଉଟିଙ୍କୁ ଚିନ୍ତାରେ ପକାଇଲାଣି ଏହି ଦର । ହାଟରେ ବା ଛୋଟ ଛୋଟ ଦୋକାନରେ ପିଆଜ କିଲୋ ପିଛା ୫୦ ରୁ ୫୫ ଟଙ୍କା ବିକ୍ରି ହେଉଛି  । ଆଳୁ ଦର ବଢିଲାବେଳକୁ ରାଜ୍ୟରେ ହେଲା ତୁମ୍ବି ତୋଫାନ । ଚର୍ଚ୍ଚା ବଢିଲାବେଳକୁ ଖାଦ୍ୟ ଓ ଯୋଗାଣ ବିଭାଗବି ଚଢାଉ କଲେ । କିନ୍ତୁ ଏହାରି ଭିତରେ ବଢିଗଲାଣି ପିଆଜ ଦର । ଆଳୁ ଏବେ ବଜାରରେ ଚାଳିଶ ଟଙ୍କା ଥିବାବେଳେ ପିଆଜ ଦର ଗ୍ରାହକଙ୍କୁ କନ୍ଦାଇବା ଆରମ୍ଭ କଲାଣି। ପିଆଜ ପାଇଁ ଏବେ   ଖାଉଟିଙ୍କ ଆଖିରୁ ଲୁହ ଝରୁଛି  । 

ଏପଟେ ଆଳୁଦର କମିନଥିବା ବେଳେ କନ୍ଦାଇଲାଣି ପିଆଜ ଦର । ଏପଟେ ଆଳୁ ସାଙ୍ଗକୁ  ପିଆଜ ଦର ବୃଦ୍ଧି ହେବା ନେଇ ଖାଉଟିଙ୍କ ମୁଣ୍ଡରେ ଚଡକ ପଡିଛି। କିଛିଦିନ ପୂର୍ବେ ଆଳୁ ଦରବୃଦ୍ଧିର  ଯନ୍ତ୍ରଣା ମନରୁ ନଯାଉଣୁ ଆଜି ପିଆଜ ଦର ଖାଉଟିଙ୍କୁ ବ୍ୟସ୍ତ ବିବ୍ରତ କରିଦେଇଛି।  ନାସିକରୁ ପିଆଜ କମ ଆସୁଥିବାରୁ ଦର ଅଧିକ ରହୁଛି ବୋଲି କହିଛନ୍ତି ବ୍ୟବସାୟୀ । ଆଗକୁ ପିଆଜ ଆମଦାନୀ କମିଲେ ଦର ଆହୁରି ବଢିପାରେ ବୋଲି ବ୍ୟବସାୟୀ ଆଶଙ୍କା କରିଛନ୍ତି । ଓଡ଼ିଆ ଘରର ଭାତଥାଳି ହେଉ କି ପଖାଳ କଂସା, ପିଆଜ ବିନା ଖାଇବା ଜମା ରୁଚେନାହିଁ। କିନ୍ତୁ ଓଡ଼ିଆ ହାଣ୍ଡିଶାଳର ଏହି ସାଧାରଣ ପରିବାଟିର ଦର ଏବେ ସତେ ଯେମିତି ଅସାଧାରଣ ପାଲଟିଯାଇଛି। ବଜାରରେ ଏହାର ଦର ଶୁଣିଲେ ଗ୍ରାହକ କିଣିବାକୁ ଡରୁଛନ୍ତି। କିଛିମାସ ତଳେ କିଲୋ ପିଛା ୨୦ରୁ ୩୦ ଟଙ୍କାରେ ମିଳୁଥିବା ପିଆଜର ଦର ଏବେ ୫୦ ଟପିଲାଣି।  ପରିବା ବଜାରର ମହଙ୍ଗା ମାଡ଼ରେ ଅତିଷ୍ଠ ହୋଇ ପଡ଼ିଥିବା ଖାଉଟି କିପରି ସଂସାର ଚଳାଇବେ ସେହି ଚିନ୍ତା ସେମାନଙ୍କୁ ଘାରିଛି।

Leave a Reply

Your email address will not be published. Required fields are marked *