ପୁଣି ଆଖିରୁ ଗଡିବ ଲୁହ,କିଲୋ ପିଛା ୫୦ଟଙ୍କା ଛୁଇଁଲାଣି ପିଆଜ.. ଟପିବ ୧୦୦!
1 min readଟମାଟୋ ପରେ ଏବେ ପଡିଲା ପିଆଜର ପାଳି । କଥାରେ ଅଛି ପିଆଜ କାଟିଲେ ଲୋକଙ୍କ ଆଖିରେ ପାଣି ଆସେ । କିନ୍ତୁ ଏବେ ଲୋକଙ୍କୁ ତାର ଦର କନ୍ଦାଇବ । କଖାଳ କଂସାଏରେ ଲୁଣ ପିଆଜ କଥା ଭାବିଲେ ବି କଷ୍ଟ ଲାଗୁଛି । ଆଜି କା ବଜାରରେ କିଲୋ ପିଛା ୫୦ ଟପିଲାଣି । ଟମାଟୋ, ଅଦା ,ରସୁଣ ପରେ ଏବେ ପଡିଲା ପିଆଜର ପାଳି । ପୂର୍ବରୁ ୪୦ଟଙ୍କା ରହିଥିବା ଏବେ ତାର ଦର୧୦ ଟଙ୍କା ବଢିଛି । ଆଗକୁ ଦେସଞ୍ଚରୀ ବି ମାରିପରେ ବୋଲି ଜଣା ପଡିଛି । ଚାହିଦା ମୁତାବକ ଯୋଗାଣ ସମ୍ଭବ ହେଉନଥିବାରୁ ଦର ବଢିଥିବା ବ୍ୟବସାୟୀ କହିଛନ୍ତି । ନୂଆ ପିଆଜ ଅମଳରେ ବିଳମ୍ବ ଘଟୁଥିବାରୁ ଏପରି ସ୍ଥିତି ଦେଖାଦେଇଛି । ତେବେ ନଭେମ୍ବର ମଧ୍ୟଭାଗରେ ବଜାରକୁ ନୂଆ ପିଆଜ ଆସିଲେ ଦର କମିଯିବ ବୋଲି କୁହାଯାଉଛି । ଦେଶର ମୁଖ୍ୟ ପିଆଜ ଉତ୍ପାଦନକାରୀ ରାଜ୍ୟ ହେଉଛି ମହାରାଷ୍ଟ୍ର । ଏଠାରେ ଥିବା ମଣ୍ଡିଗୁଡିକରେ ସବୁଠାରୁ ଭଲ ମାନର ଥିବା ପିଆଜର ମୂଲ୍ୟ କିଲୋ ପିଛା ୫୦ ଟଙ୍କା ଅତିକ୍ରମ କରିଗଲାଣି । ମହାରାଷ୍ଟ୍ରର ପିମ୍ପଲଗାଓଁ ମଣ୍ଡିରେ ପିଆଜ ମୂଲ୍ୟ କ୍ୱିଣ୍ଟାଲ ପିଛା ରେକର୍ଡ ୨୫୦୦ରୁ ୫ହଜାର ୧୪ ଟଙ୍କା ରହିଛି । ଚଳିତ ମାସ ୩ତାରିଖରେ ସେଠାରେ ପିଆଜ ଦର କ୍ୱିଣ୍ଟାଲ ପିଛା ୯୦୦ରୁ ୨୫୦୦ ଟଙ୍କା ରହିଥିଲା । ପିଆଜ ମୂଲ୍ୟ ବୃଦ୍ଧିର ସିଧାସଳଖ ପ୍ରଭାବ ଖୁଚୁରା ବଜାରରେ ପଡିଛି । ଆଉ ପିଆଜ ଦର ବୃଦ୍ଧି ପାଇଥିବା ବେଳେ ଚିନ୍ତାରେ ଗ୍ରାହକ ।