Pratidin TV

Odisha's Digital News Platform

ଅନ୍‌ଲାଇନ ଗେମ ନେଲା ଯୁବକଙ୍କ ଜୀବନ

1 min read

କେନ୍ଦ୍ରାପଡା : ଆଳି ଥାନା ଅନ୍ତର୍ଗତ ମାନପୁର ଗ୍ରାମର ଯୁବକ ଅନଲାଇନ ଗେମ ଖେଳି ଟଙ୍କା ହରାଇଥିଲେ । ଏଥିରେ ସେ ମ୍ରିୟମାଣ ହୋଇ ଆଜି ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳୁଛି ।ମାନପୁର ଗ୍ରାମର ରାଜକିଶୋର ଦାସ ଆଳି ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ ତାଙ୍କ ପୁତୁରା ଆଶିଷ ଦାସ ଆଜି ସନ୍ଧ୍ୟାରେ ଘର ଭିତରୁ ପଟୁ କବାଟ ବନ୍ଦ କରିଥିବା ଦେଖିବାକୁ ପାଇଥିଲେ ।

କିଛି ସମୟ ପରେ କବାଟ ପିଟି ପିଟି ସେ କବାଟ ନଖୋଲି ଥିବାରୁ ଦାଦା କିଛି ପଡୋସିଙ୍କୁ ଡାକି କବାଟ ତାଡି ଫ୍ୟାନରେ ଝୁଲୁଥିବା ପୁତୁରାଙ୍କୁ ଆଳି ଚିକିସ୍‌ôାଳୟକୁ ନେଇ ଆସିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଶିଶଙ୍କ ମୃତ ଖବର ପାଇ ପରିବାର ବର୍ଗଙ୍କ ସମେତ ସମ୍ପୂର୍ଣ୍ଣ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

Advertisement

Leave a Reply

Your email address will not be published. Required fields are marked *