Pratidin TV

Odisha's Digital News Platform

ଠକେଇ ମାମଲାରେ ଗେମିଂ ଆପ୍‌କୁ କାରଣ ଦର୍ଶାଅ ନୋଟିସ ଜାରୀ କଲେ ଜିଏଷ୍ଟି ଅଧିକାରୀ…

ଟିକସ ଠକିବା ମାମଲାରେ ଅନଲାଇନ୍ ଗେମିଂ କମ୍ପାନୀ ଗୁଡିକୁ ୧ ଲକ୍ଷ କୋଟି ଟଙ୍କାର କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଏସ୍ଟି ଅଧିକାରୀ । ଜଣେ ବରିଷ୍ଠ ଅଧିକାରୀ ବୁଧବାର ଏନେଇ ସୂଚନା ଦେଇଛନ୍ତି । ତେବେ ଅଧିକାରୀ କହିଛନ୍ତି ଯେ ଅକ୍ଟୋବର ୧ ପରେ ଭାରତରେ ପଞ୍ଜୀକୃତ ହୋଇଥିବା ବିଦେଶୀ ଅନଲାଇନ ଗେମିଂ କମ୍ପାନୀ ଗୁଡିକର କୈାଣସି ତଥ୍ୟ ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ । ଅକ୍ଟୋବର ୧ ରୁ ବିଦେଶୀ ଅନଲାଇନ୍ ଗେମିଂ କମ୍ପାନୀଗୁଡିକ ଭାରତରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରି ସରକାର ଜିଏସ୍ଟି ଆଇନରେ ସଂଶୋଧନ କରିଛନ୍ତି । ଜିଏସଟି ପରିଷଦ ଅଗଷ୍ଟରେ ସ୍ପଷ୍ଟ କରି ଦେଇଛି ଯେ ଅନଲାଇନ୍ ଗେମିଂ ପ୍ଲାଟଫର୍ମରେ ରଖାଯାଇଥିବା ବେଟ୍‌ର ସମ୍ପୂର୍ଣ୍ଣ ମୂଲ୍ୟ ଉପରେ ୨୮ ପ୍ରତିଶତ ଜିଏସ୍ଟି ଆଦାୟ କରାଯିବ । ଅଧିକାରୀ ଆହୁରୀ ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଜିଏସ୍ଟି ଅଧିକାରୀଙ୍କ ଦ୍ୱାରା ଅନଲାଇନ୍ ଗେମିଂ କମ୍ପାନୀଗୁଡିକୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ନୋଟିସ୍ ପଠାଯାଇଛି । ସେଗୁଡିକ ମଧ୍ୟରୁ ଡ୍ରିମ୍ ୧୧ ଅନଲାଇନ୍ ଗେମିଂ ପ୍ଲାଟଫର୍ମ ଏବଂ ଡେଲଟା କର୍ପ ପରି କାଜିନୋ ଅପରେଟରମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରୀ କରାଯାଇଛି । ଗତ ବର୍ଷ ସେପ୍େଟମ୍ବରରେ ୨୧,୦୦୦ କୋଟି ଟଙ୍କା ଜିଏସ୍ଟି ଚୋରି ଅଭିଯୋଗରେ ଗେମିଂ ପ୍ଲାଟଫର୍ମ ଗେମ୍ସକ୍ରାଫ୍ଟକୁ ଏକ ସୋ କାରଣ ବିଜ୍ଞପ୍ତି ପଠାଯାଇଥିଲା ।

Leave a Reply

Your email address will not be published. Required fields are marked *