Pratidin TV

Odisha's Digital News Platform

ଅନଲାଇନ ରେ ଅର୍ଡ଼ର କରିଥିଲେ ମାପ ଫିତା ଆସିଲା ନାଲି ଇଟା….

1 min read

ଅନଲାଇନ ଆପରେ ମଗାଇଥିଲେ ମାପ ଫିତା ଆସିଲା ନାଲି ଫିତା | ଅନଲାଇନ ଆପରେ ମଗାଇଥିଲେ ସ୍ପ୍ରିଙ୍ଗ ର ୫ମିଟର ମାପ ଫିତା । ହେଲେ ପାର୍ସଲକୁ ଖୁସିରେ ଖୋଲିଲା ବେଳକୁ ବାହାରିଲା ନାଲି ଇଟା । ଅନଲାଇନ ମାଧ୍ୟମରେ ଜିନିଷ ମଗାଇ ଏଭଳି ଏକ ବଡ ଧରଣର ଠକେଇର ଶିକାର ହୋଇଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାରେ କାର୍ଯ୍ୟରତ ASI ଖଗେଶ୍ୱର କର।

ଅନଲାଇନରେ ଜିନିଷ ମଗାଉଥିଲେ ସାବଧାନ । ହୋଇପାରନ୍ତି ବଡ ଠକାମୀର ଶିକାର । ଅନ୍‌ଲାଇନ ଆପ୍‌ରେ ମଗାଇଥିଲେ ସ୍ପ୍ରିଙ୍ଗ ମାପ ଫିତା । ହେଲେ ପାର୍ସଲ ଭିତରୁ ବାହାରିଲା ନାଲିରଙ୍ଗର ଇଟା । ତେବେ ଗତ ଏପ୍ରିଲ ୨ ତାରିଖ ଦିନ ମାପ ଫିତା କରିଥିଲେ ଅର୍ଡର | ତେବେ ଗତକାଲି ଆସିଥିଲା ଏହି ମାପ ଫିତା | ପାର୍ସଲ ଖୋଲିଲା ବେଳକୁ ବାହାରିଲା ନାଲି ଫିତା |

Advertisement

କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କାରଣ ଅନ୍‌ଲାଇନ୍‌ ଆପ୍‌ ବିରୋଧରେ ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାରେ କାର୍ଯ୍ୟରତ ASI।ତେବେ ଖଗେଶ୍ୱର କର ଅଭିଯୋଗ ଅନୁଯାଇ ସେ ସ୍ନାପ ଡିଲ ରୁ ଏକ ସ୍ପ୍ରିଙ୍ଗ ମାପ ଫିତା ମଗାଇଥିଲେ। ହେଲେ ଯେତେ ବେଳେ ପାର୍ସଲ ଖୋଲିଲେ ତା ଭିତରେ ଥିବା ସାମଗ୍ରୀ କୁ ଦେଖି ତାଯୁବ ହୋଇଯାଇଥିଲେ। କାରଣ ପାର୍ସଲ ମଧ୍ୟରୁ ବାହାରିଥିଲା ନାଲି ରଙ୍ଗ ଇଟା। ଅର୍ଡରଟି ୨ ଏପ୍ରିଲ ୨୦୨୪ ସ୍ନାପଡିଲର B16A ଗ୍ରାଉଣ୍ଡ ଫ୍ଲୋର ଅବନ୍ତିକା ଏନକ୍ଲବରୁ ହୋଇଥିଲା । ସେକ୍ଟର ୨ ରୋହିନୀ ନୂଆଦିଲ୍ଲୀରୁ ଅର୍ଡର ହୋଇଥିବା ବେଳେ ୮ ଦିନ ପରେ ଏରକର୍ଟ ସିପିଙ୍ଗ ଦ୍ୱାରା ଅସ୍ତରଙ୍ଗରେ ପହଞ୍ଚିଥିଲା। ତେବେ ପ୍ରତିଷ୍ଠିତ ସପିଂ ସାଇଟିରୁ ଏଭଳି ଠକାମୀର ଶିକାର ହେବେ ସେ ନେଇ ବିଶ୍ୱାସ କରି ପାରୁନାହାନ୍ତି।

ତେବେ ଏ ଘଟଣା ଜଣା ପଡିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି। ସରକାର ଏ ଦିଗରେ କଡା ପଦକ୍ଷେପ ନ ନେଲେ ନିରୀହ ଲୋକ ଲୋକମାନେ ଠକେଇର ଶିକାର ହୋଇ ଆର୍ଥିକ କ୍ଷତିର ସମ୍ମୁଖୀନ ହେବେ ବୋଲି ଖଗେଶ୍ୱର କହିଛନ୍ତି।

Leave a Reply

Your email address will not be published. Required fields are marked *