Pratidin TV

Odisha's Digital News Platform

ଆଇନ ମନ୍ତ୍ରୀ ଦେଲେ ସୂଚନା ,ଶ୍ରୀମନ୍ଦିରରେ ଲାଗି ହେବ କେବଳ ଓମଫେଡ୍ ଘିଅ..

1 min read

ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ। ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ହେବ। ଏନେଇ ନିଷ୍ପତ୍ତି ହୋଇଥିବା ବେଳେ ଓମଫେଡ୍ କୁ ମୁଖ୍ୟ ପ୍ରଶାସକ ଚିଠି ଲେଖିଥିବା ସୂଚନା ମିଳିଛି। ଅନ୍ୟ ଘିଅ ବ୍ୟବହାର କରାଗଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏଭଳି ସତର୍କ କରାଇଛନ୍ତି ଶ୍ରମନ୍ଦିର ପ୍ରଶାସକ ।

 ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ହେଉ କିମ୍ବା ଶୁଖିଲା ଭୋଗ ଓ ଦୀପ ଜାଳିବା ପାଇଁ ପ୍ରତିଦିନ ପ୍ରାୟ ଦେଢ଼ଶହରୁ ଦୁଇଶହ ଘିଅ ଟିଣ ବ୍ୟବହାର ହେଉଛି । ଏଣୁ ଓମଫେଡ କମ୍ପାନୀ ପକ୍ଷରୁ ଏକ ସ୍ବତନ୍ତ୍ର ଘିଅ ଡିପୋ ଖୋଲିବା ପାଇଁ ଓମଫେଡ କମ୍ପାନୀର ପରିଚାଳନା ନିର୍ଦ୍ଦେଶକଙ୍କୁ ମୁଖ୍ୟ ପ୍ରଶାସକ ଚିଠି ଲେଖିଥିବା ବେଳେ ଏହାକୁ ସ୍ବାଗତ କରିଛି ସୁଆର ମହାସୁଆର ନିଯୋଗ । ଏହି ପରିପ୍ରେକ୍ଷୀରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇ ନିଷ୍ପତ୍ତି ହୋଇଛି । କୌଣସି ମନ୍ଦିର ପ୍ରସାଦ କିମ୍ବା ଦୀପରେ ଅଶୁଦ୍ଧତାର ପ୍ରଶ୍ନବାଚୀ ରହିବନି I ମହାପ୍ରଭୁଙ୍କ ପାଖରେ ବ୍ୟବହାର ହେଉଥିବା କୌଣସି ଜିନିଷରେ କିଛି ଅସୁବିଧା ନହେଉ ସେ ଦୃଷ୍ଟିରୁ ନିଷ୍ପତ୍ତି ହେଉଛି I ଦୀପ ହେଉ କି ପ୍ରସାଦ ହେଉ କେଉଁଥିରେ ବି ଓମଫେଡ଼ ଛଡା ଆଉ କିଛି ବ୍ୟବହାର ହେବନି I ଯାହା ଭକ୍ତଙ୍କୁ ଆଶ୍ଵସ୍ତ କରିବ I କୌଣସି ଅଶୁଦ୍ଧତାର ପ୍ରଶ୍ନ ଆସିବ ନାହିଁ I ଆଗକୁ ଅନ୍ୟ ମନ୍ଦିର ପାଇଁ ବି ନିଷ୍ପତ୍ତି ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

Advertisement

 ଆନ୍ଧ୍ରପ୍ରଦେଶ ସ୍ଥିତ ପ୍ରସିଦ୍ଧ ତିରୁପତି ମନ୍ଦିରରେ ପଶୁ ଚର୍ବିଯୁକ୍ତ ଘିଅରେ ଲଡୁ ପ୍ରସ୍ତୁତ ହେଉଥିବା ଖବର ସାରା ବିଶ୍ବରେ ଆଲୋଡନ ସୃଷ୍ଚି କରିଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଘିଅ ବ୍ୟବହାର ନେଇ ନିଷ୍ପତ୍ତି ହୋଇଛି ।

Leave a Reply

Your email address will not be published. Required fields are marked *