କଟକରେ କାଳ ସାଜୁଛି ମୁକୁଳା ଡ୍ରେନ , ନେଇଚାଲିଛି ନିରୀହ ଜୀବନ …
1 min readକଟକ : ପୁଣି କାଳ ସାଜିଲା ଖୋଲା ନାଳ । ନେଇଗଲା ନିରୀହ ଯୁବକଙ୍କ ଜୀବନ । ଆଜି ପୁଣି କଟକର ମୁକୁଳା ଡ୍ରେନରେ ି ଜଣଙ୍କର ଜୀବନ ଯାଇଛି । ଖବର ଅନୁଯାୟୀ ପ୍ରଭାତ ସିନେମା ସ୍ଥିତ ବାରପଥର ଠାରେ ମୁଖ୍ୟ ଖୋଲା ନାଳରେ ଜଣେ ଶ୍ରମିକ ପଡ଼ି ଯାଇ ମୃତ୍ୟୁ ବରଣ କରିଛନ୍ତି । ମୃତ ଶ୍ରମିକଙ୍କ ନାମ ପି ନରସିଂହା । ବୟସ ୨୭ ବର୍ଷ ।
ଘଟଣାରୁ ଜଣା ପଡ଼ିଛି ଯେ ସେ ମୁଖ୍ୟ ନାଳ ରେ ପଶି ପଙ୍କ ଉଦ୍ଧାର ବେଳେ ନାଳ ଭିତରକୁ ଖସି ଯାଇଥିଲେ । ସ୍ଥାନୀୟ ଲୋକ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ଜାଇକା କତୃପକ୍ଷ ନାଳ ସଫା ପାଇଁ ତାଙ୍କୁ ଏକ ହଜାର ଟଙ୍କା ପାରିଶ୍ରମିକ ଦେଇ ନାଳ ସଫା ପାଇଁ ଡାକିକି ଆଣିଥିଲେ । ସକାଳେ ନାଳ ସଫା କରିବା ପରେ ସେ ଘରକୁ ଫେରି ପୁର୍ନବାର୍ ଦିନ ଦୁଇଟା ବେଳେ ନାଳ ସଫା କରିବାକୁ ଆସିଥିଲେ। ଦୁଇ ଜଣ ଯୁବକ ନାଳ ସଫେଇ କରୁଥିଲେ । ମାତ୍ର ପି ନରସିଂହା ନାଳ ସଫେଇ କରିବାକୁ ଯାଇ ନାଳ ଭିତରକୁ ଖସି ଯାଇଥିଲେ । ଯାହାଫଳରେ ଘଟଣା ସ୍ଥଳରେ ନରସିଂହାଙ୍କ ମୃତୁ ଘଟିଲା । ତାଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ଲାଗି କଟକ ବଡ ମେଡିକାଲ କୁ ପଠା ଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଉତେଜନା ପ୍ରକାଶ ପାଇଛି ।
ଗତ ଚାରିଦିନ ପୂର୍ବେ ସେହି ଭଳି ଝୋଲା ସାହି ନାଳରେ ଖୋଲା ନାଳ ରେ ପଡ଼ି ଜଣଙ୍କ ମୃତୁ ଘଟିଥିଲା । ଆଜି ବାର ପଥର ସ୍ଥିତ ମୁଖ୍ୟ ନାଳ ମେଲା ଡ୍ରେନ ରେ ସଫେଇ କରିବାକୁ ଆସି ଜଣେ ଶ୍ରମିକ ଙ୍କ ମୃତୁ ଘଟଣା କଟକ ସହରରେ ବେଶ୍ ଆଲୋଡନ ସୃଷ୍ଟି କରିଛି । ଯାଇକା କତୃପକ୍ଷଙ୍କ ଅବହେଳା ଓ ଦାଇତ୍ୱ ହିନ ଯୋଗୁଁ ଏହି ଭଳି ଦୁର୍ଘଟଣା ବାରମ୍ବାର ଘଟୁଛି ବୋଲି ସ୍ଥାନୀୟ ବାସିନ୍ଦା ମାନେ ଅଭିଯୋଗ କରିବା ସହିତ ସି ଏମ ସି କୁ ଦାୟୀ କରିଛନ୍ତି । ସ୍ଥାନୀୟ ଲୋକେ ନିଆଁ ଲଗାଇ ରାସ୍ତା ଅବରୋଧ କରିଛନ୍ତି। ପୋଲିସ ପହଞ୍ଚି ଲୋକ ମାନଙ୍କୁ ବୁଝା ସୁଝା କରି ରାସ୍ତା ରୁ ନିଆଁ କୁ ହଟାଇ ଗାଡ଼ି ଘୋଡ଼ା ଯାତାୟାତ କରିବା ରେ ସୁବିଧା କରିଛନ୍ତି ।