Pratidin TV

Odisha's Digital News Platform

‘ପ୍ରତି ଜିଲ୍ଲାରେ ଖୋଲିବ ପରିବା ମଣ୍ଡି’ – ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

1 min read

ପ୍ରତି ଜିଲ୍ଲାରେ ଖୋଲିବ ପରିବା ମଣ୍ଡି । ଏନେଇ ସୂଚନା ଦେଇଛନ୍ତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଗତ ୨ ମାସ ହେବ ପରିବା ଦର ଆକାଶ ଛୁଆଁ ରହିଥିବା ବେଳେ ଜୁଲାଇ ମାସରେ ମଧ୍ୟ ଏହାର କୌଣସି ପରିବର୍ତ୍ତନ ହୋଇନାହିଁ । ଏହା ସହ ଗ୍ରୋସରୀ ଦର ଜୁଲାଇରେ ଯେତିକି ରହିବା କଥା ତାଠୁ ଅଧିକ ରହିଛି। ଦରଦାମ କେମିତି ନିୟନ୍ତ୍ରଣକୁ ଆସିବ, ମାର୍କେଟ୍ ବୁଲି ସ୍ଥିତି ପରଖିବା ପରେ ଆଜି ରିଟେଲର ଓ ହୋଲସେଲରଙ୍କ ସହ ବୈଠକ କରି କାରଣ ଖୋଜିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଏହା ସହ ପ୍ରତି ଜିଲ୍ଲାରେ ପରିବା ମଣ୍ଡି କରିବା ସହ ଦୋକାନ ଆଗରେ ରେଟ୍ ଚାର୍ଟ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ପ୍ରଥମେ କଟକ ଓ ଭୁବନେଶ୍ୱରରେ ଖୋଲାଯିବ ପରିବା ମଣ୍ଡି । ଏହା ପରେ ପରେ ଆଉ ସବୁ ଜିଲ୍ଲାରେ କ୍ରମଶ ଖୋଲିବ । ତାଛଡ଼ା ପରିବାର ଦର କେତେ ରହିବ ତାର ଏକ ରେଟ୍ ଚାର୍ଟ ବି ଲାଗିବ। ଏହାସହ କୃଷି ଉତ୍ପାଦ ୧୩୭ ଲକ୍ଷ ଟନରୁ ୨୦୦ ଲକ୍ଷ ଟନ୍ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଇ ଆଳୁ, ପିଆଜ ଉତ୍ପାଦନ ବଢାଇବାକୁ ମଧ୍ୟ ଚିନ୍ତା କରୁଛନ୍ତି ସରକାର। ଦରବୃଦ୍ଧିକୁ ନିୟନ୍ତ୍ରଣରେ ରଖିବାକୁ ଏଣିକି ପ୍ରତି ୩ ମାସରେ ରିଟେଲର ଏବଂ ହୋଲସେଲରଙ୍କ ସହ ଆଲୋଚନା ହେବବୋଲି କହିଛନ୍ତି ମନ୍ତ୍ରୀ।

Advertisement

Leave a Reply

Your email address will not be published. Required fields are marked *