Pratidin TV

Odisha's Digital News Platform

ଶିମିଳପାଳରେ ଚାଲିଛି ଅଫିମ ଚାଷ…..ଏତେ କୋଟି ଟଙ୍କାର ପୋଲିସ କଲା ନଷ୍ଟ

1 min read

ଅଫିମ ଚାଷର ହବ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ | ଏକର ଏକର ଜମିରେ ଚାଲିଛି କୋଟି କୋଟି ଟଙ୍କାର ଅଫିମ ଚାଷ | ପୋଲିସକୁ ଖବର ମିଳିବା ପରେ ୩ କୋଟି ଅଫିମ ନଷ୍ଟ କରିଛି | ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଚାଲିଥିବା ବେଆଇନ୍ ଅଫିମ ଚାଷର ଖବର ପ୍ରସାରଣ ପରେ ଆକ୍ସନ ମୋଡକୁ ଆସିଛି ପୋଲିସ୍ | କରଞ୍ଜିଆ SDPO ସୁବ୍ରତ କୁମାର ଙ୍କ ନେତୃତ୍ୱରେ ଯଶୀପୁର ଥାନା ପୋଲିସ୍ ଅବକାରୀ ବିଭାଗ ଓ ରାଜସ୍ବ ବିଭାଗ ଗତ କାଲି ଦିନ ତମାମ ଶିମିଳିପାଳର ଜଜଗଡ଼ା ଏବଂ ଫୁଲବାଡ଼ି ଠାରେ ଚଢାଉ କରି ବେଆଇନ୍ ଭାବେ ଲାଗିଥିବା ୧.୫ ଲକ୍ଷରୁ ଉର୍ଦ୍ଧ ଅଫିମ ଗଛ ନଷ୍ଟ କରିଥିବା ଦେଖିବାକୁ ମିଳିଛି | ଯାହାର ବଜାରର ମୂଲ୍ୟ ୩ କୋଟି ୧0 ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି, ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଅଫିମ ଚାଷୀ କିମ୍ବା ମାଫିଆ ମାନଙ୍କୁ ଗିରଫ କରିବାରେ ସଫଳ ହୋଇନି ପୋଲିସ୍ । ଏତେ ପରିମାଣର ଅଫିମ ଚାଷ ଵନବିଭାଗ କର୍ମଚାରୀ ଜାଣି ପାରୁନାହାନ୍ତି କିପରି ।କାହା ଇସାରା ରେ ଚାଲିଛି ଅଫିମ ଚାଷ ତାହା ତଦନ୍ତ ସାପେକ୍ଷ |

Advertisement

Leave a Reply

Your email address will not be published. Required fields are marked *