Pratidin TV

Odisha's Digital News Platform

ପ୍ରଣବ ପ୍ରକାଶ ଦାସ : ମୁଖ୍ୟମନ୍ତ୍ରୀ ହେଉଛନ୍ତି ଚାଷୀ ମୂଲିଆଙ୍କ ନେତା …

1 min read

ବିଜୁ ଜନତା ଦଳ ଲୋକଙ୍କର । ଗରୀବ, ଚାଷୀ, ମୂଲିଆଙ୍କପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଅଛନ୍ତି ଆଉ ରହିଥିବେ । ତେଣୁକରି ବିଜୁ ଜନତା ଦଳ ପ୍ରତି ଲୋକଙ୍କ ବିଶ୍ୱାସ, ଭରସା ସୁଦୃଢ ହେଉଛି । ପ୍ରତିଦିନ ବିଜୁ ଜନତା ଦଳରେ ସାମିଲ ହେଉଛନ୍ତି ଶହ ଶହ ଲୋକେ । ବିଭିନ୍ନ ବର୍ଗ, ସମ୍ପ୍ରଦାୟରୁ ଲୋକେ ବିଜୁ ଜନତା ଦଳ ପ୍ରତି ଆସ୍ଥା ପ୍ରକଟ କରୁଛନ୍ତି । ଏହିକ୍ରମରେ ଆଜି ସମ୍ବଲପୁର ସ୍ଥିତ ରେଙ୍ଗାଲିଠାରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇ ବିଜେପି ଓ କଂଗ୍ରେସ ଦଳର ନେତାମାନଙ୍କୁ ବିଜୁ ଜନତା ଦଳରେ ସ୍ୱାଗତ କରାଯାଇଛି । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ କରାଯାଇଥିଲା । ସମ୍ବଲପୁର ବିଜେପି ଓ କଂଗ୍ରେସ ଦଳର ଶତାଧିକ ନେତା ଓ କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ପ୍ରଣବ ପ୍ରକାଶ ଦାସ ସେମାନଙ୍କୁ ବିଜୁ ଜନତା ଦଳକୁ ସ୍ୱାଗତ କରିଥିଲେ । ଏହି ଅବସରରେ ସେ କହିଥିଲେ । ବିଗତ ଦିନରେ ସମ୍ବଲପୁରର ଯେଉଁ ନେତାଙ୍କୁ ଆପଣମାନେ ଭରସା କରି ସମର୍ଥନ ଜଣାଇଲେ । ଯାହାଙ୍କ ପାଇଁ କାମ କଲେ ।

ସେମାନେ ଆପଣଙ୍କ ଅଞ୍ଚଳର ବିକାଶ ପାଇଁ କିଛି କଲେନି । କିଛି କରିବେ କଣ ପାଞ୍ଚବର୍ଷ ହେଲା ତାଙ୍କର ଦେଖା ନାହିଁ । ବର୍ତ୍ତମାନ ସେହି ପ୍ରତାରଣାର ଜବାବ ଦେବାର ସମୟ ଆସିଛି । ବିଜୁ ଜନତା ଦଳରେ ସାମିଲ ହୋଇ ଆପଣମାନେ ଉଚିତ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଥିଲେ । ପ୍ରଣବ ପ୍ରକାଶ ଆହୁରି କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଚାଷୀ, ମୂଲିଆ, ଖଟିଖିଆଙ୍କ ନେତା । ସେ ଆପଣମାନଙ୍କର ହାତ କେବେ ଛାଡିବେନି । ରାଜ୍ୟର ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଆରମ୍ଭ କରାଯାଇଥିବା ବିଏସକେୱାଇ କାର୍ଡ ବରଦାନ ସାବ୍ୟସ୍ତ ହୋଇଛି । ବିନା ମୂଲ୍ୟରେ ରାଜ୍ୟ ତଥା ରାଜ୍ୟ ବାହାରର ବଡବଡ ହସ୍ପିଟାଲରେ ଚିକିତ୍ସା କରାଯାଇପାରୁଛି । ଜଟିଳରୁ ଜଟିଳ ଅସ୍ତ୍ରୋପଚାର ମଧ୍ୟ ମାଗଣାରେ କରାଇ ଲୋକଙ୍କ ଜୀବନ ବଞ୍ଚାଯାଇପାରୁଛି । ଏଭଳି ଅନେକ ଜନକଲ୍ୟାଣକାରୀ ଯୋଜନା ମୁଖ୍ୟମନ୍ତ୍ରୀ ଆପଣଙ୍କ ପାଇଁ ଆଣିବେ । ତେଣୁକରି ଆପଣମାନେ ଦୁଇଥର ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ନିବଦେନ କରିଥିଲେ ପ୍ରଣବ ପ୍ରକାଶ ଦାସ । ବିରୋଧୀ ଶିବିରରୁ ଆସି ବିଜୁ ଜନତା ଦଳରେ ସାମିଲ ହେବା ବିରୋଧୀ ନେତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଧିରେଧିରେ ପ୍ରଣବ ପ୍ରକାଶଙ୍କ ଶକ୍ତିବୃଦ୍ଧି ହେଉଥିବା ଦେଖି ବିରୋଧୀ ନେତାଙ୍କ ନିଦ ହଜିଛି ବୋଲି ବିଜୁ ଜନତା ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି ଏକ ପ୍ରେସ ରିଲିଜ ଜରିଆରେ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *