Pratidin TV

Odisha's Digital News Platform

କିଏ ଏହି ୧୪ ଟିଭି ଆଙ୍କର,ଯାହାଙ୍କୁୁ ବୟକଟ୍ କଲା ବିପକ୍ଷଦଳ ଇ.ଣ୍ଡି.ଆ..

1 min read

ନୂଆଦିଲ୍ଲୀ: ଖବର ପ୍ରସାରଣ କରୁଥିବା ନ୍ୟୁଜ ଆଙ୍କରଙ୍କ ବଢିଲା ଅଡୁଆ । କାରଣ ଖବର ପରିବେଷଣ କରୁଥିବା କିଛି ଟିଭି ଆଙ୍କରଙ୍କୁ ନେଇ ବିରୋଧୀ ମିଳିତ ଦଳ ଇ.ଣ୍ଡି.ଆ ପକ୍ଷରୁ ହୋଇଛି ବଡ ଘୋଷଣା । ବର୍ତ୍ତମାନ ଜାତୀୟ ଚ୍ୟାନେଲର ନ୍ୟୁଜ ଆଙ୍କର ମାନଙ୍କୁ ବୟକଟ୍ କରିବାକୁ ଇଣ୍ଡିଆ ନିଷ୍ପତ୍ତି ନେଇଛି । ଏହି କ୍ରମରେ ବିରୋଧୀ ଦଳ ମଧ୍ୟ ଏହିପରି ନ୍ୟୁଜ୍ ଆଙ୍କର ତାଲିକା ପ୍ରକାଶ କରିଛି ଯେଉଁଥିରେ ୧୪ ଜଣ ନ୍ୟୁଜ୍ ଆଙ୍କରଙ୍କ ନାମ ରହିଛି । ବର୍ତ୍ତମାନ ଠାରୁ ସହଯୋଗୀ ନେତାମାନେ ଏହି ନ୍ୟୁଜ୍ ଆଙ୍କର୍ ଦ୍ୱାରା ଆୟୋଜିତ ହେଉଥିବା କୌଣସି ଶୋ’କୁ ଅତିଥି ଭାବେ ଯୋଗ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏହାର ଏକ ତାଲିକା କଂଗ୍ରେସର ଜାତୀୟ ମୁଖପାତ୍ର ପୱନ ଖେଡା ନିଜ ସୋସିଆଲ ଆକାଉଣ୍ଟ ଅର୍ଥାତ ଟ୍ୱିଟରରେ ସେୟାର କରି ଜଣାଇଛନ୍ତି ।

ପୱନ ଖେଡା ଟ୍ୱିଟ କରି ଲେଖିଛନ୍ତି ଯେ ଆଜି ଅପରାହ୍ନରେ ଭାରତ ମିଡିଆ କମିଟି ଦ୍ୱାରା ଆୟୋଜିତ ଏକ ଭର୍ଚୁଆଲ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଭାରତୀୟ ଦଳର ପ୍ରତିନିଧୀମାନେ ଏହି ଆଙ୍କରମାନଙ୍କ ଶୋ’ରେ ଅଂଶଗ୍ରହଣ କରିବେ ନାହିଁ । ତେବେ ଏହି ତାଲିକାରେ କେଉଁ ଚ୍ୟାନେଲର କେଉଁ ସବୁ ଆଙ୍କର ରହିଛନ୍ତି ଆସନ୍ତୁ ଜାଣିବା । ଟେଲିଭିଜନ ଆଙ୍କର୍ ଯାହାକୁ ବିରୋଧୀ ଦଳ ଇ.ଣ୍ଡି.ଆ ବୟକଟ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ସେମାନେ ହେଲେ ଆଦିତି ତ୍ୟାଗୀ, ଅମନ ଚୋପ୍ରା, ଅମିଷ ଦେବଗନ୍‌, ଆନନ୍ଦ ନରସିଂମା, ଅର୍ଣ୍ଣବ ଗୋସ୍ୱାମୀ, ଅଶୋକ ଶ୍ରୀବାସ୍ତବ, ଚିତ୍ରା ତ୍ରିପାଠୀ, ଗୌରବ ସାୱନ୍ତ, ନାବିକା କୁମାର, ପ୍ରାଚୀ ପରାସର, ରୁବିକା ଲିଆକାତ । ସେହିପରି ଶିବ ଅରୁର, ସୁଧୀର ଚୌଧୁରୀ ଏବଂ ସୁଶାନ୍ତ ସିହ୍ନାଙ୍କ ନାମ ମଧ୍ୟ ଏହି ତାଲିକାରେ ପ୍ରକାଶ ପାଇଛି ।

Advertisement

ସୂୂଚନା ମୁତାବକ ବୁଧବାର ଦିନ ନୂଆଦିଲ୍ଲୀ ଠାରେ ଜାତୀୟତାବାଦୀ କଂଗ୍ରେସ ପାର୍ଟିର ମୁଖ୍ୟ ଶରଦ ପାୱାରଙ୍କ ବାସଭବନରେ ଆୟୋଜିତ ବୈଠକରେ ସମନ୍ୱୟ କମିଟି ଶେଷ ହେବା ପରେ ବିରୋଧୀ ଦଳର ମିଳିତ ଭାବେ କିଛି ଟିଭିର କିଛି ଆଙ୍କରମାନଙ୍କୁ ବଏକଟ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାର ଠିକ ଗୋଟେ ଦିନ ପରେ ଅର୍ଥାତ ୧୪ ସେପ୍ଟେମ୍ବରରେ ଏହି ତାଲିକାକୁ ସୋସିଆଲ ମିଡିଆରେ ଜାରି କରିଛନ୍ତି । ବାସ୍ତବରେ ବିରୋଧୀ ଦଳ ଗଣମାଧ୍ୟମର ଏକ ବିଭାଗକୁ ସମସ୍ୟା ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ‘ଭରତ ଯୋଡୋ’ ଗସ୍ତରେ ଗଣମାଧ୍ୟମ ଆବଶ୍ୟକ କଭରେଜ ଦେଇନଥିବା ନେଇ କଂଗ୍ରେସ ମଧ୍ୟ ଅଭିଯୋଗ କରିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହିଛନ୍ତି ଯେ ଏହି ଯାତ୍ରାକୁ ଜନସାଧାରଣଙ୍କ ସମର୍ଥନ ମିଳୁଛି । କିନ୍ତୁ ମୁଖ୍ୟ ସ୍ରୋତ ଗଣମାଧ୍ୟମ ଏହାକୁ ବାଦ ଦେବାକୁ ଚେଷ୍ଟା ଜାରି ରଖିଛି ବୋଲି ସେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *