Pratidin TV

Odisha's Digital News Platform

ନ୍ୟାୟ ଅପେକ୍ଷାରେ ଦଳିତ ପରିବାର : ଟଙ୍କା ପାଇଁ ଯାତାୟତ ରାସ୍ତା ବନ୍ଦ କରିବା ସହିତ ପାଣି ଲାଇନ କାଟିଦେଲେ ଗ୍ରାମର କିଛି ଯୁବକ…

1 min read

କେନ୍ଦ୍ରାପଡ଼ା : ଆଜିର ସମାଜରେ ପ୍ରତ୍ୟେକ ନାଗରିକର ଜୀବନ ଜିଇଁବା ନିମନ୍ତେ ଅଧିକାର ଥିବା ବେଳେ ଏକ ଦଳିତ ପରିବାରକୁ ଆକ୍ରୋଶ ମୂଳକ ଭାବେ ହଇରାଣ ହରକତ କରା ଯାଉଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଗ୍ରାମର କିଛି ଯୁବକ ଦଳିତ ପରିବାରର ଯାତାୟତ ରାସ୍ତା ଜେସିବି ଲଗାଇ ଖୋଳିଦେବା ସହିତ ପାଣି ପାଇପ ଲାଇନ କାଟି ସେମାନଙ୍କୁ ଉପରେ ଆକ୍ରୋଶ ମୂଳକ ଭାବେ ହଇରାଣ କରୁଥିବା ବେଳେ ନ୍ୟାୟ ଅପେକ୍ଷାରେ ପରିବାର ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ତହସିଲ ଅନ୍ତର୍ଗତ ବିଲିକଣା ଗ୍ରାମରେ । ଗ୍ରାମର ଗୋଲେଖ ମଳିକଙ୍କ ପରିବାର ବିଲିକଣା ହରିଜନ ସାହିରେ ଦୀର୍ଘ ଦିନ ହେବ ରହି ଆସୁଥିବା ବେଳେ ତାଙ୍କ ଯାତାୟତ ନିମନ୍ତେ ଥିବା ରାସ୍ତା ବ୍ୟବହାର ନିମନ୍ତେ କିଛି ଯୁବକ ଟଙ୍କା ଦାବି କରିଥିଲେ କିନ୍ତୁ ଏହି ପରିବାର ଟଙ୍କା ନ ଦେବାରୁ ଯୁବକ ମାନେ ଜେସିବି ଲଗାଇ ସେହି ରାସ୍ତାକୁ ଖୋଳିଦେବା ସହିତ ଘରକୁ ଯାଇଥିବା ପାଣି ପାଇପ ଲାଇନ ବିଛିନ୍ନ କରି ଦିଆଯାଇଛି ।

Advertisement

ଏପରିକି ଏହି ପରିବାର ନିକଟରୁ ଗ୍ରାମରେ ହେଉଥିବା ପୂଜା ଚାନ୍ଦା ନିଆ ଯାଉନଥିବା ବେଳେ ଗ୍ରାମବାସୀଙ୍କ ସହିତ ଚଳାଚଳ କରିବାକୁ ଦିଆ ଯାଉନି । ସେମାନଙ୍କୁ ୨୧ ଦିନ ହେବ ଏକ ଘରକିଆ କରି ଥିବା ଅଭିଯୋଗ ଆଣିଛନ୍ତି ପରିବାର । ପ୍ରଶାସନ ପକ୍ଷରୁ ନ୍ୟାୟ ନମିଳିଲେ ପରିବାର ଲୋକ ତହସିଲ ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି । ଘଟଣା ସମ୍ପର୍କରେ ଆଳି ତହସିଲଦାରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିବା ବେଳେ ସେ ଏନେଇ କୌଣସି ଅଭିଯୋଗ ପାଇନାହାଁନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି । ଏହାସହ ଘଟଣା ସ୍ଥଳ ପରିଦର୍ଶନ କରି ନିୟମ ଅନୁଯାୟୀ କାର‌୍ୟ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *