Pratidin TV

Odisha's Digital News Platform

ବଦଳିଲା OPSC ଇଣ୍ଟରଭ୍ୟୁର ସିଡ୍ୟୁଲ

1 min read

ଭୁବନେଶ୍ୱର : ୟୁପିଏସି ମେନ୍ ଓ ଓପିଏସି ଇଣ୍ଟରଭ୍ୟୁ ଏକ ସମୟରେ ଆସୁଥିବାରୁ ପରୀକ୍ଷାର୍ଥୀମାନେ ଦ୍ୱନ୍ଧରେ ପଡିଯାଇଛନ୍ତି । ତେବେ ୟୁନିଅନ ପବ୍ଲିକ ସର୍ଭିସ କମିସନ ( ୟୁପିଏସସି ) ଲିଖିତ ପରୀକ୍ଷା ଦେଉଥିବା ପିଲାମାନଙ୍କ ଓପିଏସସି ଇଣ୍ଟରଭ୍ୟୁ ପାଇଁ ମିଳିବ ନୂଆ ତାରିଖ । ଏନେଇ ଟ୍ୱିଟ୍ ଜରିଆରେ ପରାମର୍ଶ ଦେଇଛନ୍ତି ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ୟୁପିଏସି ମେନ୍ ସେପ୍ଟେମ୍ବର ୧୬ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୫ ରେ ଶେଷ ହେବ । ଅନ୍ୟପଟେ ଓପିଏସସି ଇଣ୍ଟରଭ୍ୟୁ ସେପ୍‌ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲୁ ରହିପାରେ ।


ଯେଉଁ ପ୍ରାର୍ଥୀମାନେ ୟୁପିଏସି ମେନ୍ ସହ ଓପିଏସି ଇଣ୍ଟରଭ୍ୟୁ ଏକା ସାଙ୍ଗରେ ଗୋଟେ ଦିନରେ ଦେବାକୁ ଥିବେ । ସେମାନେ ଆମକୁ ଇଣ୍ଟରଭ୍ୟୁର ତାରିଖ ପୁନଃ ସ୍ଥିର କରିବା ପାଇଁ ଆବେଦନ କରିପାରିବେ । ଏଥିନିମନ୍ତେ ଆଡମିଟ୍ କାର୍ଡ କପି ସହିତ ଏକ ଆନୁଷ୍ଠାନିକ ଅନୁରୋଧ କରିପାରିବେ । ତେବ ସଂପୂର୍ଣ୍ଣ ଡାଟା ସହ ଲିଷ୍ଟ ଆସିବା ପରେ ହିଁ ସାକ୍ଷାରକାରର ପୁନଃ ତାରିଖ ପ୍ରକାଶ କରାଯିବା ।

Leave a Reply

Your email address will not be published. Required fields are marked *