Pratidin TV

Odisha's Digital News Platform

ସୁଝି ପାରିଲେନି ଟଙ୍କା ; ସାଂସଦ ଅନୁଭବଙ୍କ ଭାଇ ଜମି ଦଖଲ କଲା ଅର୍ବାନ୍ ବ୍ୟାଙ୍କ୍ …

କଟକ : ବ୍ୟାଙ୍କ ଋଣ ସୁଝି ନ ପାରିବାରୁ ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତି ଙ୍କ ଜମି ଦଖଲ କଲା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ। କଟକ ସେଲଟର ଛକ ସ୍ଥିତ ନେତାଜୀ ନଗରରେ ଥିବା ଏକ ଜମିକୁ ନିଜ ଅକ୍ତିଆରକୁ ନେଉଛି ଵ୍ୟାଙ୍କ। ଗତ ୮.୧୦.୨୦୧୩ ମସିହାରେ ଗଣ୍ଡରପୁର ଅର୍ବାନ ବ୍ୟାଙ୍କ ଵ୍ରାଞ୍ଚରୁ ଅନୁପ୍ରାସ ୫୬ ଲକ୍ଷ ଟଙ୍କାର ଲୋନ ନେଇଥିଲେ ।

ଆଉ ଏହାପରେ ବ୍ୟାଙ୍କ କିସ୍ତି ଦେଉ ନଥିବା ବେଳେ ମୂଳ ଟଙ୍କା ମଧ୍ୟ ଜମା କରୁନଥିଲେ ଏ ନେଇ ବ୍ୟାଙ୍କ ପକ୍ଷରୁ ବାରମ୍ବାର ନୋଟିସ ପରେ ମଧ୍ୟ ଟଙ୍କା ପୈଠ କରି ନ ଥିଲେ ଅନୁପ୍ରାସ । ଏହାପରେ ତାଙ୍କୁ ବାରମ୍ବାର ନୋଟିସ ମଧ୍ୟ କରିଥିଲା ବ୍ୟାଙ୍କ ହେଲେ ଅନୁପ୍ରାସ ଟଙ୍କା ଦେଇ ନ ଥିଲେ ଫଳରେ ଆଜି ସଂପୃକ୍ତ ଜମିକୁ ଦଖଲକୁ ନେବା ପାଇଁ ବ୍ୟାଙ୍କ କର୍ତ୍ତୁପକ୍ଷ ଆସିଛନ୍ତି ।

Leave a Reply

Your email address will not be published. Required fields are marked *