Pratidin TV

Odisha's Digital News Platform

ଜାରୀ ହେଲା ନିର୍ଦ୍ଦେଶନାମା , ବନ୍ଦ ରହିବ ମଦ ଦୋକାନ ..

1 min read

ରାତି ପାହିଲେ ଆରମ୍ଭ ହେବାକୁ ଯାଉଛି  ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଭୁବନେଶ୍ୱର ସମେତ ୬ ଲୋକସଭା କ୍ଷେତ୍ରରେ  ହେବ ମତଦାନ । ସେଥିପାଇଁ ୭୨ ଘଣ୍ଟା ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି । ମଦ ଦୋକାନ ଓ ବାର ଗୁଡିକ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରବିବାର ସକାଳ ୧୦ଟା ବେଳେ ଦୋକାନ ଖୋଲିବ। ଯଦି ଏହି ନିୟମକୁ କେହି ଉଲ୍ଲଙ୍ଘନ କରନ୍ତି ତେବେ ସମୃକ୍ତ ଦୋକାନର ଲାଇସେନ୍ସ ବାତିଲ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ବିଜ୍ଞପ୍ତି ଅନୁସାରେ ଯେଉଁ ଜିଲ୍ଲାରେ ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ସେଠାରେ ୨୩ ତାରିଖ ୫ଟାରୁ ସମସ୍ତ ଦୋକାନ ବନ୍ଦ କରିଛନ୍ତି। ୨୬ ତାରିଖ ରବିବାର ଦିନ ୧୦ଟା ବେଳେ ଦୋକାନ ଖୋଲିବ। ଯେଉଁ ଲୋକସଭା କ୍ଷେତ୍ରରେ ମତଦାନ ହେଉଥିବ ତାର ସୀମାନ୍ତ ଲୋକସଭା କ୍ଷେତ୍ରର ୭ରୁ ୧୦ କିମି ଭିତରେ ଥିବା ମଦ ଦୋକାନ ଓ ବାର ଗୁଡିକ ବନ୍ଦ ରହିବ। ସେଥିପାଇଁ କିଛି ଦୋକାନ ମେ ୨୩ ରୁ ଜୁନ ୪ ତାରିଖ ପର୍ଯ୍ୟନ୍ତ ୬ ଦିନ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି।

Advertisement

ଜୁନ ୧ ତାରିଖରେ ଯେଉଁ ଲୋକସଭା କ୍ଷେତ୍ରରେ ମତଦାନ ହେବ ସେଠାରେ ମେ ୩୦ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସବୁ ମଦ ଦୋକାନ ବନ୍ଦ ରହିବ। ସୋମବାର ଜୁନ ୨ ତାରିଖ ୧୦ ଟା ପରେ ଦୋକାନ ଖୋଲି ପାରିବେ। ଭୋଟ ଗଣତି ଦିନ ରାଜ୍ୟର ସମସ୍ତ ଠିପି ବନ୍ଦ ଓ ଖୋଲା ମଦ ଦୋକାନସ ଓଏସପିସି ଡିପୋ, ବଟଲିଂ ୟୁନିଟ ମଧ୍ୟ ବନ୍ଦ ରଖିବାକୁ ଅବକାରୀ ବିଭାଗର ନିର୍ଦ୍ଦେଶ ରହିଛି।

Leave a Reply

Your email address will not be published. Required fields are marked *