Pratidin TV

Odisha's Digital News Platform

ରାଜଧାନୀରେ ବଡ ଧରଣର ଲୁଟ୍‌: ଗ୍ରୀଲ୍ ତାଡି ନେଇଗଲେ ୫ ଲକ୍ଷର ସୁନା ଗହଣା

1 min read

ଭୁବନେଶ୍ୱର: ଘରେ କେହିନଥିଲେ ଆଉ ଗ୍ରୀଲ୍ ତାଡି ନେଇଗଲେ ୫ ଲକ୍ଷ ଟଙ୍କାର ସୁନାଗହଣା। ରାଜଧାନୀ ଭୁବନେଶ୍ୱରରେ ଘଟିଛି ବଡ଼ଧରଣର ଲୁଟ୍ । ଘରେ ପଶି ନେଇଗଲେ ୫ ଲକ୍ଷ ଟଙ୍କାର ସୁନାଗହଣା । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଖବର ଅନୁଯାୟୀ, ଖଣ୍ଡଗିରି ଥାନା କ୍ରିଷ୍ଣା ଗାର୍ଡେନର ବି-୧ରୁ ଏକ ବଡଧରଣର ଲୁଟ୍ ହୋଇଛି । ଘରେ କେହି ନଥିବାର ସୁଯୋଗ ନେଇ ଲୁଟେରାମାନେ ୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି । ଘରର ପଛପଟ ଝରକା ଗ୍ରୀଲ୍ ତାଡି ଆଲ୍ମାରୀରୁ ସବୁ ସୁନାଗହଣା ଲୁଟି ନେଇଛନ୍ତି । ଏନେଇ ପରିବାର ଲୋକ ଜାଣିବା ପରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *