Pratidin TV

Odisha's Digital News Platform

ହାତଛାଡି ସବୁଦିନ ପାଇଁ ଚାଲିଗଲେ ବାପା ମାଁ , ଏବେ ଏହି ଅନାଥ ଶିଶୁଙ୍କୁ କିଏ ହେବ ସାହା ?

1 min read

ଯାଜପୁର : ମା ନାହିଁ ଯାହାର ସାହା ନାହିଁ ତାହାର “ମା ର ମମତା ପାଖରେ ସବୁ କିଛି ତୁଛ ମନେ ହୁଏ । ମା ଓ ବାପା ଙ୍କୁ ହରାଇବାର ଦୁଃଖ ଯେ କେତେ ଯନ୍ତ୍ରଣା ଦାୟକ ତାହା ଆମେ କହିବା କଷ୍ଟସାଧ୍ୟ । ଏହିପରି ଏକ ଘଟଣା ଯାଜପୁର ଜିଲ୍ଲାକୁ ସ୍ତବ୍ଧ କରିଦେଇଛି । ମନରୁ ହସକୁ ଛଡାଇ ନେଇଛି ସମୟ ଚକ୍ର, ପ୍ରକୃତରେ ବର୍ତ୍ତମାନର ବାସ୍ତବତା ପରିପ୍ରକାଶ କରୁଛି ମା ଓ ପିଲା ଭିତରେ ଥିବା ସେହି ନିବିଡ ସମ୍ପର୍କ ର ବିଚ୍ଛିନ୍ନତାକୁ । ହଁ ଆଜ୍ଞା ଆମେ ମଧ୍ୟ ଏହି ହୃଦୟସ୍ପର୍ଶୀ ଘଟଣା ସମ୍ପର୍କ ରେ ଜାଣିବା ପାଇଁ ଚେଷ୍ଟା କରିଥିଲୁ…

ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ମସୁଦପୁର ଅଂଚଳ ର ଏହି ଦୁଃଖଦ ଘଟଣା ।
ସ୍ୱାମୀଙ୍କ ମୃତ୍ୟୁ ପରେ କୁନି ନିଜର ଦୁଇ କନ୍ୟାକୁ ନେଇ ମସୁଦପୁର ରହି ଆସୁଥିଲେ , ଦୁଇ ଶିଶୁ କନ୍ୟା ସମାଜ ବିଷୟରେ ଜାଣିବା ଆଗରୁ ହରାଇ ସାରିଥିଲେ ସେମାନଙ୍କର ଏକମାତ୍ର ସାହା ଭରସା ଥିବା ବାପାଙ୍କୁ ଆଉ ଏକାକୀ ଅନ୍ଧର ଲଉଡ଼ି ସଦୃଶ ମା ର ପଣତକୁ ଧରି ବଞ୍ଚି ଆସୁଥିଲେ ଏହି ଦୁଇ ନିରୀହ ଶିଶୁ କନ୍ୟା । କିନ୍ତୁ ବିଧିର ବିଧାନ ବୋଧେ ଦୁଇ ଶିସୁ କନ୍ୟାଙ୍କ ଭାଗ୍ୟରେ ଅନାଥର ରେଖା ଟାଣିଦେଇଥିଲା ।

Advertisement

ତେବେ ସମୟର ବିଡମ୍ବନା କାହାକୁ କୋଉଠି ପହଞ୍ଚାଇ ଥାଏ ତାହା କହିବା କଷ୍ଟ ସାଧ୍ୟ । ଦୁଇ କନ୍ୟା କଣ୍ଡେଇ( ୮ବର୍ଷ) ମିନି( ୪ବର୍ଷ)ଙ୍କ ଉପରେ ମାଡି ଆସିଥିଲା କଳା ବାଦଲ ସବୁଦିନ ପାଇଁ ଅନାଥ ହୋଇଯାଇଥିଲେ ଦୁଇ ଶିଶୁ । ମାର୍ଚ୍ଚ ମାସ ୨୩ ତାରିଖ ଦିନ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇ ନଦୀରେ ନିଖୋଜ ହୋଇଯାଇଥିଲେ ଦୁହିଁଙ୍କ ମାଁ । ଗ୍ରାମବାସୀଙ୍କ ଅନେକ ଖୋଜାଖୋଜି ମଧ୍ୟ ବୃଥା ହୋଇଯାଇଥିଲା । ତେବେ ମା ଛଡା ଦୁନିଆରେ କିଛି ଜାଣିନଥିବା ନିରୀହ ଶିଶୁ ଦୁଇଜଣ କିଛି ବୁଝିବା ଆଗରୁ ହିଁ ସବୁ ଉଜୁଡିଯାଇଥିଲା । ପଡିଶା ଘର ଅନେକ ବୁଝାସୁଝା କରି ଦୁହିଁଙ୍କୁ ରାତିଟାଏ ତୁନି କରାଇଥିଲେ ।କିନ୍ତୁ ପର ଦିନ ସକାଳୁ ନଦୀ କୂଳରେ ଆସି ଲାଖିଥିବା ମାଁର ମୃତଦେହ । ତେବେ ଖବର ପାଇ ପୋଲିସ ମଦ୍ୟ ସେଠାରେ ପହଞ୍ଚି ନିଜ ନିଜ କର୍ତ୍ତବ୍ୟ କରି ଫେରି ଯାଇଥିଲେ । କିନ୍ତୁ ବର୍ତ୍ତମାନ ମା କୁନିର ମୃତ୍ୟୁ ପରେ ଖାଇବା ପାଇଁ ଡହଳ ବିକଳ ହେଉଛନ୍ତି ପିଲାଦୁଇଟି , ପଡିଶାଙ୍କ ହାତ ଟେକାକୁ ଚାହିଁ ରହିଛନ୍ତି ପିଲା ଦୁଇଟି । ମା ,ମା ବୋଲି ରାତିରେ ବାଉଳି ହେଉଛନ୍ତି ସେ ବା କେମିତି ଜାଣିବେ ମା ଯେ… “ମା” ଅଫେରା ରାଇଜର ବାଟୋଇ ହୋଇ ସାରିଛି ବୋଲି । ହେଲେ ପଡିଶା ଲୋକେ ତୁନି କରି ପିଲା ଦୁଇଟିକୁ ଶାନ୍ତନା ଦେଉଛନ୍ତି “ମା ” କାମ କରିବାକୁ ଯାଇଛି ।

ମା… ମା ବୋଲି ଝୁରି ଝୁରି ମୁକ ସଦୃଶ ପାଲଟି ଯାଇଛନ୍ତି କ୍ଷ କହିବା ପାଇଁ ପାଟିରେ ସେତିକି ସାହସ ସେମାନଙ୍କ ପାଖରେ ନାହିଁ । ଏହି ପରିସ୍ଥିତିରେ ଦୁଇ ଭଉଣୀ କିପରି ରହିବେ ସମସ୍ତ ଙ୍କ ପାଇଁ ବୁଝିବା କଷ୍ଟ ସାଧ୍ୟ ହୋଇଛି । କୁନି ର ମୃତ୍ୟୁ କୁ ଦଶ ଦିନ ବିତିଯାଇଥିଲେ ମଧ୍ୟ୍ ପ୍ରଶାସନ ଠାରୁ ସାନ୍ତ୍ୱନା କେଵେଳ ପାଇଛନ୍ତି ପିଲା ଓ ଏହି ବିଷୟରେ ଶିଶୁ ବିକାଶ ପକଳ୍ପ ଅଧିକାରୀ ଙ୍କ ସହ ଯୋଗାଯୋଗ କରିଥିଲୁ ଓ ସେ ଏହି ବିଷୟରେ ଆଲୋଚନା କରିଛନ୍ତି , କିପରି ପିଲା ଦୁଇଟି କିପରି ଲାଳନ ପାଳନ ହେବେ । ଏହି ପରିସ୍ଥିତି ରେ କୌଣସି ସହୃଦୟ ବ୍ୟକ୍ତି କିମ୍ବା ପ୍ରଶାସନ ସାହାଯ୍ୟ ର ହାତ ବଢ଼ାଇଲେ ଶିଶୁ କନ୍ୟା ଙ୍କ ପଡ଼ିଥିବା ଲମ୍ବା ରାସ୍ତା କୁ ଅତିକ୍ରମ କରିପାରିବେ ବୋଲି କହୁଛନ୍ତି ଗ୍ରାମ ବାସି ।

Leave a Reply

Your email address will not be published. Required fields are marked *