Pratidin TV

Odisha's Digital News Platform

ଅନାଥ ଆଶ୍ରମରୁ ଆମେରିକା : ଦିନେ ଡଷ୍ଟବିନରେ ଫପାଡି ଚାଲିଯାଇଥିଲେ ବାପା ମା’ ଆଉ ଆଜି …

1 min read

କଟକ : କଟକ ବସୁନ୍ଧରାରେ ପ୍ରତିପାଳିତ ହେଉଥିବା ଭିନ୍ନକ୍ଷମ ଶିଶୁକନ୍ୟା ଲିଲିୟାନାକୁ ମିଳିଲେ ବାପା ମା । ଏହି ଅନାଥ ଶିଶୁକନ୍ୟାଟିକୁ ଆଜି ଅନୁଷ୍ଠାନିକ ଭାବରେ ଆମେରିକା ଓକଲମା ସହରର ଦମ୍ପତି ଡେବିଡ଼ ଓ ଆନା ପୋଷ୍ୟ କନ୍ୟା ଭାବରେ ଗ୍ରହଣ କରିଛନ୍ତି । ପ୍ରାୟ ଦୁଇ ବର୍ଷ ତଳେ ସେ ଲିଲିୟନାକୁ କନ୍ୟା ସନ୍ତାନ ଭାବରେ ଗ୍ରହଣ କରିବାକୁ କଟକ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଥିଲେ । ଆଜି ଝିଅଟିକୁ ପାଇ ସେମାନେ ବେଶ ଆନନ୍ଦିତ ।

ଏପଟେ ଜିଲ୍ଲା ପ୍ରଶାସନ ମଧ୍ୟ ଲିଳିୟାନାର ଉଜ୍ଜଳ ଭବିଷ୍ୟତ ନେଇ ବେଶ ଆଶାବାଦୀ । ଆଜିକୁ ୪ବର୍ଷ ତଳେ ଲିଲିୟନା ନନ୍ଦନକାନନ ନିକଟ ଏକ ଡ଼ଷ୍ଟବିନରେ ପଡିଥିଲା । ତାର ଶରୀରକୁ କୁକୁର କାମୁଡି କ୍ଷତାକ୍ତ କରିଦେଇଥିଲେ । ପ୍ରଥମେ କଟକ ଚାଇଲଡ ଲାଇନ ଖବର ପାଇ ତାଙ୍କୁ ଉଦ୍ଧାର କରି ଶିଶୁ ଭବନରେ ଭର୍ତ୍ତି କରାଇଥିଲେ । କୁକୁର କାମୁଡା ଯୋଗୁ ତାର ବାମ ଆଖି ଓ ମୁହଁର ୬୦ପ୍ରତିଶତ ନଷ୍ଟ ହୋଇଯାଇଥିଲା ।

Advertisement

ଦେଢ଼ ଦୁଇ ମାସ ଚିକିତ୍ସା ପରେ ସେ ସୁସ୍ଥ ହେବାରୁ ତାକୁ ବସୁନ୍ଧରାର ସାହାୟରେ ରଖାଯାଇ ଲାଳନ ପାଳନ କରାଯାଇ ଆସୁଥିଲା । ଏଥି ସହିତ କୋଇମ୍ବାଟୁରରେ ତାର ସ୍ୱତନ୍ତ୍ର ସର୍ଜରୀ କରାଯାଇ ମୁହଁକୁ ବହୁକାଂଶରେ ଠିକ କରାଯାଇଥିଲା । ଜୀବନ ଆରମ୍ଭରୁ ବଞ୍ଚିବା ପାଇଁ ସଂଘର୍ଷ କରିଥିବା ଏହି କୁନି ଝିଅ ଆଜି ବାପା ମା ପାଇବା ସହିତ ଏକ ଉଜ୍ଜଳ ଭବିଷ୍ୟତ ଆଡ଼କୁ ଅଗ୍ରସର ହୋଇଛି ଯାହା ସମସ୍ତଙ୍କ ପାଇଁ ଖୁସି ଆଣିଦେଇଛି ।

Leave a Reply

Your email address will not be published. Required fields are marked *