Pratidin TV

Odisha's Digital News Platform

ବନ୍ଧା ହେଲେ OSRTC ସିଏଓ ; ସୁନା ମୂର୍ତ୍ତି ସହ ରଖିଥିଲେ ପୁଳା ପୁଳା ଗହଣା …

1 min read

ଖୋଲୁଛି ବଡ ବଡ ସରକାରୀ ବାବୁଙ୍କ କଳାଧନର ରାଜ୍ । ରେଞ୍ଜର ଅଫିସରଙ୍କ ପରେ ବନ୍ଧା ହୋଇଛନ୍ତ OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ ।

ସୂଚନା ଅନୁଯାୟୀ ଗତକାଲି ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ବିଜୟଙ୍କ ଅଚଳାଚଳ ସମ୍ପତ୍ତି ସାମନାକୁ ଆସିଥିଲା। ଏଥିସହ ତାଙ୍କର କୋଟି କୋଟି ମୂଲ୍ୟର ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇ ଯାଇଥିଲେ। ପୁଳା ପୁଳା ରାଣୀ ହାର ସହ ଗହଣା ତା ସହ ସୁନାର ମୂର୍ତ୍ତି ଦେଖି ଆଁକରିଥିଲା ଭିଜିଲାନ୍ସ ।

ଖାଲି ଏତିକି ନୁହଁ ବାବୁଙ୍କର ବାବୁଙ୍କର ବିଭିନ୍ନ ବ୍ୟାଙ୍କରେ ୧ କୋଟି ୪୭ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରାଶି ଅଛି । ସେହିଭଳି ଭୁବନେଶ୍ୱରର ପଳାଶୁଣୀରେ ଥିବା ୨ଟି କୋଠା ଠାବ କରିଥିଲେ। ସେଥିମଧ୍ୟରୁ ଗୋଟିଏ ଦୁଇ ମହଲା ବିଶିଷ୍ଟ ଓ ଅନ୍ୟଟି ଏକ ମହଲା ବିଶିଷ୍ଟ ବୋଲି ଜଣାଯାଇଛି। ଏହାବାଦ ତାଙ୍କର ଭୁବନେଶ୍ୱରର ଦାମୀ ଆପାର୍ଟମେଣ୍ଟ ତ-୧ରେ ଏକ ଫ୍ଲାଟ ଥିବା ଜଣାଯାଇଛି। ଏଥିସହ ବାବୁଙ୍କର କେରଳର ଏର୍ଣ୍ଣାକୁଲମ୍ରେ ଏକ ବଙ୍ଗଳା ରହିଛି।

Leave a Reply

Your email address will not be published. Required fields are marked *