Pratidin TV

Odisha's Digital News Platform

ଅଧା ରସ୍ତାରେ ଅସୁସ୍ଥ ହେଲା ଚାଳକଙ୍କ ଦେହ ; ଗଛରେ ପିଟିହେଲା OSRTC ସରକାରୀ ବସ, ୧୮ରୁ ଉର୍ଦ୍ଧ ଆହତ।

1 min read

ଭଞ୍ଜନଗର ; ଗଛରେ ପିଟିହେଲା ଓସ ଆର ଟି ସି ବସ।୧୮ ରୁ ଅଧିକ ଆହତ। ଆହତ ମଧ୍ୟରେ ତିନି ଶିଶୁ ଥିବା ସୂଚନା। ବେଲଗୁଣ୍ଠା ଥାନା ବାଣତୁମ୍ବ ଗାଁ ନିକଟରେ ଘଟିଛି ଦୁର୍ଘଟଣା। ବସ ଟି ଭୁବନେଶ୍ୱର ରୁ ବାହାରି ବାଲିଗୁଡା ଅଭିମୁଖେ ଯାତ୍ରା କରୁଥିଲା। ବସ ରେ ୪୦ ରୁ ଅଧିକ ଯାତ୍ରୀ ରହିଥିବା ଜଣା ପଡିଛି।

ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ଓ ବେଲଗୁଣ୍ଠା ପୋଲିସ ଆହତଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତି କରିଛନ୍ତି। ଆହତ ମାନଙ୍କ ମଧ୍ୟରେ ଛଅ ଜଣକ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର। ଘଟଣା ସ୍ଥଳରେ ବେଲଗୁଣ୍ଠା ପୋଲିସ ପହଂଚି ଅଧିକ ତଦନ୍ତ କରୁଛି।ବସ ଚାଳକ ଅଚାନକ ଗୁରୁତର ହୋଇଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଛି।

Advertisement

ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଭଞ୍ଜନଗର ମେଡ଼ିକାଲରେ ପହଂଚି ଆହତ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି।ବିଧାୟକ ଶ୍ରୀ ନାୟକ ଭଞ୍ଜନଗର ମେଡିକାଲ ରେ ପହଞ୍ଚି ଆହତ ମାନଙ୍କ କଥା ବୁଝିଥିବାରୁ ଭଞ୍ଜନଗର ଜନସାଧାରଣ ବିଧାୟକ ଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *