OSSSC Recruitment 2024 ; ସରକାରୀ ସ୍କୁଲରେ ପୂରଣ ହେବ ୨୬୨୯ TGT ପଦବୀ ।
1 min readଆଶାୟୀଙ୍କ ପାଇଁ ଖୁସିଖବର , ପୂରଣ ହେବ ୨୬୨୯ ଶିକ୍ଷକ ପଦ । ଓଡ଼ିଶା ସବ୍-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (OSSSC) ଏନେଇ ଏକ ନୂଆ ସଂକ୍ଷିପ୍ତ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ ଥିବା ସରକାରୀ ସ୍କୁଲଗୁଡ଼ିକରେ ୨୬୨୯ଟି ଜିଲ୍ଳା କ୍ୟାଡର ଶିକ୍ଷକ ପଦବୀ ପୂରଣ କରିବା ପାଇଁ (OSSSC) ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହି ନିଯୁକ୍ତି ପ୍ରକ୍ରିୟାରେ TGT (ଆର୍ଟସ), ଟିଜିଟି (ସାଇନ୍ସ-ପିସିଏମ୍),ଟିଜିଟି (ସାଇନ୍ସ-ସିବିଜେଡ୍),ସଂସ୍କୃତ, ହିନ୍ଦୀ, ପିଇଟି ଓ ଆଦିବାସୀ ଭାଷା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ଏଥିପାଇଁ (OSSSC ) ୱେବସାଇଟ୍କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଏପ୍ରିଲ ୧ ତାରିଖରୁ ଅନ୍ଲାଇନ୍ ଆବେଦନ ଆରମ୍ଭ ହେବ। ଯାହା ଏପ୍ରିଲ ୩୦ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ସର୍ମ୍ପକରେ ଅଧିକ ସୂଚନା ପଇଁ ଆଶାୟୀ ମାନେ www.osssc.gov.in କୁ ଯାଇପାରିବେ ।