Pratidin TV

Odisha's Digital News Platform

ପ୍ରକାଶ ପାଇଲା OSSTET ରେଜଲ୍ଟ , ୱେବସାଇଟରୁ ପରୀକ୍ଷାର୍ଥୀଙ୍କୁ ମିଳିବ ଡିଜିଟାଲ ସାର୍ଟିଫିକେଟ

1 min read

ପ୍ରକାଶ ପାଇଲା ଓଏସଏସଟିଇଟି ପରୀକ୍ଷା ଫଳ। www.bseodisha.ac.in ରେ ରେଜଲ୍ଟ ଉପଲବ୍ଧ ହୋଇଥିବା ବେଳେ ପରୀକ୍ଷାର୍ଥୀମାନେ ଏହି ୱେବ୍‌ସାଇଟରୁ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ।

ପ୍ରଥମେ ପରୀକ୍ଷାର୍ଥୀ ମାନେ (ଓଏସଏସଟିଇଟି) OSSTETର ଅଫିସିଆଲ ୱେବସାଇଟ www.bseodisha.ac.inକୁ ଲଗ ଇନ୍‌ କରି ସେଥିରେ ନିଜ ଇ-ମେଲ୍‌ ଆଡ୍ରେସ୍ ଓ ପାସ୍‌ୱାର୍ଡ ଦିଅନ୍ତୁ। ଏହାପରେ ଲଗ୍‌ ଇନ୍‌ ବଟନ୍‌କୁ କ୍ଲିକ୍‌ କରନ୍ତୁ। ଏହାପରେ OSSTET Result 2024 ଉପରେ କ୍ଲିକ୍ କରି ରେଜଲ୍ଟ କମ୍ପ୍ୟୁଟର ସ୍କ୍ରିନ୍‌ରେ ଦେଖି ପାରିବେ। ଏହାକୁ ଡାଉନଲୋଡ଼ କରି ରେଜଲ୍ଟ ଦେଖିପାରିବେ |

ସୂଚନାଯୋଗ୍ୟ ଚଳିତ ବର୍ଷ ଜାନୁଆରୀ ୧୯ ତାରିଖରେ OSSTET ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ରାଜ୍ୟର ୧୬୫ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ରାଜ୍ୟରେ ୪୭ ହଜାର ୭୮୪ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

Leave a Reply

Your email address will not be published. Required fields are marked *