Pratidin TV

Odisha's Digital News Platform

ପ୍ରତିଶୋଧ ନେବା ପାଇଁ ଗଞ୍ଜେଇର ସାହାରା ନେଲା ପ୍ରେମିକା…

1 min read

ହ୍ରାଇଦାବ୍ରାଦରେ: ପ୍ରେମର ପ୍ରତିଶୋଧ କେତେ ଭୟଙ୍କର ହୋଇପାରେ ତାହା ତ ସମସ୍ତେ ଜାଣିଥିବେ । ସେହିପରି ଜଣେ ପ୍ରେମିକା ନିଜର ପ୍ରେମିକ ଠାରୁ ଧୋକ୍କା ଖାଇଲା ପରେ ପ୍ରତିଶୋଧ ନେବାକୁ ଯାଇ କରିଥିଲେ ପ୍ଲାନ । ହେଲେ ଏହି ପ୍ଲାନରେ ଫସିଗଲେ ସେ ନିଜେ । ହଁ ଆଜ୍ଞା ହ୍ରାଇଦାବ୍ରାଦରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଜଣେ ଯୁବତୀ ତାଙ୍କ କାରରେ ଗଞ୍ଜେଇ ଡ୍ରଗ୍ସ ମାମଲାରେ ନିଜର ପୂର୍ବତନ ପ୍ରେମିକଙ୍କୁ ମିଥ୍ୟା ଅଭିଯୋଗ ଫସାଇବାକୁ କରିବାକୁ ଚେଷ୍ଟା କରିଥିଲେ । ଆଉ ଏହି ମାମଲାରେ ତାଙ୍କୁ ସାହାର୍ଯ୍ୟ କରିଥିଲେ ପୁରୁଷ ବନ୍ଧୁ । ହେଲେ ପୋଲିସ ଦ୍ୱାରା ଗିରଫ ହେଲେ ସମସ୍ତେ ।

ମିଳିଥିବା ଖବର ଅନୁସାରେ, ୨୬ ବର୍ଷର ଯୁବତୀ ଆଦୋକଶାଜା ବା ଛଦ୍ମନାମ ରିଙ୍କି ପ୍ରେମିକ ଶ୍ରାବଣ କୁମାରଙ୍କ ସହ ଦୀର୍ଘ ଦିନ ଧରି ସମ୍ପର୍କରେ ଥିଲା । ନିକଟରେ ତାଙ୍କ ମଧ୍ୟରେ ମତଭେଦ ହୋଇଥିଲେ । ଯେଉଁଥିପାଇଁ ପ୍ରେମିକ ଜଣକ ଯୁବତୀଙ୍କ ସହ ମିଳାମିଶା ବା କାଥାବାର୍ତ୍ତା ବନ୍ଦ କରିଦେଇଥିଲେ । ଏଥିରେ ଯୁବତୀ ଜଣକ କ୍ରୋଧିତ ପ୍ରତିଶୋଧ ନେବାକୁ ପ୍ଲାନ କରିଥିଲେ । ତେଣୁ ସେ ଶ୍ରବଣଙ୍କ କାରରେ ଗେଞ୍ଜେଇ ରଖି ତାଙ୍କୁ ଫସାଇବାକୁ ଯୋଜନା ମଧ୍ୟ ପ୍ରସ୍ତୁତ କରିଥିଲେ । ତେବେ ଏଥିରେ ତାଙ୍କ ପରୁଷ ବନ୍ଧୁ ଦୀପକ ତାଙ୍କୁ ସହଯୋଗ କରିଥିଲେ । ଏପରିକି ସେମାନଙ୍କର ଚାରିଜଣ ବନ୍ଧୁ ଏହି ଯୋଜନା କରିବାରେ ତାଙ୍କୁ ସାହାଯ୍ୟ କରିଥିଲେ । ଶେଷରେ ସେମାନେ ମିଶି ମଙ୍ଗଲହାଟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୪୦ ଗ୍ରାମ ଗଞ୍ଜେଇ କିଣିଥିଲେ । ସେମାନଙ୍କ ଯୋଜନା ଅନୁଯାୟୀ, ସେ ଶ୍ରାବଣଙ୍କୁ ଆମେରପେଟ ନିକଟ ଏକ ପାର୍କକୁ ଡାକିଥିଲେ । ପରେ, ସେ ତାଙ୍କ ସାଙ୍ଗମାନଙ୍କ ସହିତ ଏବଂ ଶ୍ରାବଣ ବନଜାରା ପାହାଡର ଏକ ପବ୍ କୁ ଯାଇଥିଲେ । ଯେତେବେଳେ ସେମାନେ ସମସ୍ତେ ପବ୍ ରେ ଥିଲେ, ରିଙ୍କି ତାଙ୍କ ଜଣାଶୁଣା ପୋଲିସ୍ କନଷ୍ଟେବଳଙ୍କୁ ଡାକି କହିଥିଲେ ଯେ ଶ୍ରାବଣ ନାମକ ଜଣେ ବ୍ୟକ୍ତି ଗଞ୍ଜେଇ ବିକ୍ରି କରୁଛନ୍ତି । ଏପରିକି ଗଞ୍ଜେଇ ପ୍ୟାକେଟ ଥିବା କାର ନମ୍ବର ମଧ୍ୟ ତାଙ୍କୁ ଦେଇଥିଲେ ।

Advertisement

ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର ଯାଞ୍ଚ କରି ପାଞ୍ଚଟି ଗଞ୍ଜେଇ ପ୍ୟାକେଟ୍ ପାଇଲେ । ଏହି ଘଟଣାରେ ପୋଲିସ ଶ୍ରାବଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଥିଲା । ସେ ପୋଲିସକୁ କହିଥିଲେ ଯେ ସେ ଅନ୍ୟ କେତେକଙ୍କ ସହ କାରରେ ପବ୍‌କୁ ଆସିଥିଲେ ଏବଂ ସନ୍ଦେହ କରିଥିଲେ ଯେ ସେମାନେ ଏହାକୁ ଲୁଚାଇ ରଖିଥିବେ ବୋଲି । ତେବେ ତାଙ୍କ ସହ କାରରେ ଯାତ୍ରା କରିଥିବା ଲୋକଙ୍କୁ ପୋଲିସ ପଚରାଉଚରା କରିଥିଲା ଏବଂ ସେମାନେ ଏହା ସ୍ୱୀକାର କରିଥିଲେ । ଜୁବୁଲି ହିଲ୍ସ ପୋଲିସ ତାଙ୍କୁ ସାହାଯ୍ୟ କରୁଥିବା ରିଙ୍କି ଏବଂ ତାଙ୍କର ବନ୍ଧୁଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ଅନ୍ୟମାନେ ହେଉଛନ୍ତି ଦୀକ୍ଷିତ ରେଡ୍ଡୀ, ପ୍ରଣୀତ ଟୋପି, ସୂର୍ଯ୍ୟ ତେଜା ଏବଂ ମହେନ୍ଦ୍ର ଯାଦବ । ତେବେ ମଙ୍ଗଳବାର ଦିନ ପୋଲିସ ଏହି ଘଟଣାର ଅନୁସନ୍ଧାନ କରିଥିଲା । ତେବେ ମହିଳା ଜଣକ ତାଙ୍କର ବର୍ତ୍ତମାନର ପ୍ରେମିକ ଏବଂ ସାଙ୍ଗମାନଙ୍କ ସହିତ ତାଙ୍କ ପୂର୍ବ ପ୍ରେମିକର ପ୍ରତିଶୋଧ ନେବାକୁ ଏପରି ଯୋଜନା ପ୍ରସ୍ତୁତ କରିଥିବା ଜାଣିବାକୁ ପାଇଥିଲା । ଅଧିକ ପଚରାଉଚରା ପରେ ମହିଳା ଜଣକ ପୋଲିସକୁ ସୂଚନା ଦେଇଥିଲେ ଯେ ଶ୍ରବଣ ତାଙ୍କୁ ଅନେକ ସମୟରେ “ଚରିତ୍ରହୀନା” ବୋଲି କହୁଥିଲେ । ତେଣୁ ଏହାର ପ୍ରତିଶୋଧ ନେବାକୁ ସେ ଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *