Pratidin TV

Odisha's Digital News Platform

ରାଜପଥରେ ଫାଟିଲା ଟାଟା ଏସି ଚକା , ଗଛରେ ପିଟିହୋଇ ୨୦ରୁ ଉର୍ଦ୍ଧ ଶ୍ରମିକ ଆହତ …

1 min read

ମୟୁରଭଞ୍ଜ : ଠାକୁରମୁଣ୍ଡା ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ଯୋଡାମ୍ବ ଘାଟିରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା।ସୁତ୍ରରୁ ପ୍ରକାଶ ଯେ,ଗାଡ଼ି ନଂ OD01AN3898 ମାଲବାହୀ ମହିନ୍ଦ୍ରା ଟାଟା ଏସି ଭ୍ୟାନର ବାମପାଖ ଚକ୍କା ଫାଟି ଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ଗଛରେ ଧକ୍କା ଦେବା ଫଳରେ ସେଥିରେ ଥିବା ୨୦ ରୁ ଉର୍ଦ୍ଧ୍ବ ଶ୍ରମିକ ଦୁର୍ଘଟଣା ର ଶିକାର ହୋଇ ଥିବା ବେଳେ ସେମାନଙ୍କ ମଧ୍ୟ ରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଖବର ଅନୁଯାୟୀ ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମପଞ୍ଚାୟତ ଅଧିନ ଜଡିପଦା ଗ୍ରାମରୁ ଧାନ ବିଲରେ କାମ କରିବାକୁ ୨୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ନେଇ ଏକ ଟାଟା ଏସି ଯୋଗେ ଆଜି ସକାଳେ ଭଦ୍ରକ ଜିଲ୍ଲା ବନ୍ତ ନିକଟ କେନ୍ଦୁଆ ଗ୍ରାମକୁ ଆସୁଥିଲେ । ଏହି ସମୟରେ ଜୁଡାମ୍ବ ଘାଟି ନିକଟରେ ଗାଡ଼ିର ଏକ ଚକା ଫାଟି ଯାଇଥିଲା। ଚକା ଫାଟି ଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ନିକଟରେ ଥିବା ଗଛରେ ପିଟି ହୋଇଯାଇଥିଲା।

ତେବେ ଏହି ଘଟଣାଟି ଭୋର ଚାରିଟା ସମୟରେ ଘଟି ଥିବା ବେଳେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଓ ପୋଲିସ ସେଠାରେ ପହଞ୍ଚି ଞ୍ଚଆହତ ଙ୍କୁ ଠାକୁରମୁଣ୍ଡା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସେଥି ମଧ୍ୟରୁ ୫ ଜଣ ଗୁରୁତର ଙ୍କୁ ଆନନ୍ଦ ପୁର ଉପଖଣ୍ଡ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ପୋଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *