Pratidin TV

Odisha's Digital News Platform

ବାତ୍ୟା ପାଇଁ ୨ଶହରୁ ଅଧିକ ଟ୍ରେନ ବାତିଲ; ଖୋଲିଲା ହେଲପ୍‌ ଡେସ୍କ

1 min read

ଭୁବନେଶ୍ୱର,୨୪।୧୦: ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ମୁହାଁ ହେଉଛି ଦାନା । ବର୍ତ୍ତମାନ ଏହା ପାରାଦୀପଠାରୁ ୨୬୦ କିମି ଦକ୍ଷିଣ-ପୂର୍ବ ଦିଗରେ ଓ ଧାମରା ବନ୍ଦରଠାରୁ ୨୯୦ କିମି ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଘଣ୍ଟାପ୍ରତି ୧୫ କିମି ବେଗରେ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ଦାନା । ଆଜି ମଝି ରାତିରେ କେନ୍ଦ୍ରାପଡା ଜିଲାର ଭିତରକନିକା ଓ ଭଦ୍ରକ ଜିଲାର ଧାମରା ମଧ୍ୟରେ ଭୀଷଣ ବାତ୍ୟା ରୂପରେ ‘ଦାନା’ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିବ । ଆଜି ମଧ୍ୟରାତ୍ରିରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ, ଯାହା ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଜାରି ରହିବ ।

ବାତ୍ୟା “ଦାନା’ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ଚାଲୁଥିବା ୨୨୧ଟି ଟ୍ରେନ୍ ବାତିଲ ହୋଇଛି । ଆସନ୍ତା ୨୩, ୨୪, ୨୫ ଓ ୨୬ ତାରିଖରେ ଏହି ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିବ ବୋଲି ମଙ୍ଗଳବାର ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୩ ତାରିଖରେ ବାତିଲ ଟ୍ରେନ୍‌ ଭିତରେ ରହିଛି କାମାକ୍ଷା-ବେଙ୍ଗାଲୁରୁ, ନୂଆଦିଲ୍ଲୀ ଭୁବନେଶ୍ୱର, ଋଷିକେଷ-ପୁରୀ, ନୂଆଦିଲ୍ଲୀ-ପୁରୀ, କୋଲକାତା-ପୁରୀ, ସିଲଚର-ସିକନ୍ଦରାବାଦ, ସିକନ୍ଦରାବାଦ- ଭୁବନେଶ୍ୱର, ଦିବ୍ରୁଗଡ-କନ୍ୟାକୁମାରୀ, ଚେନ୍ନାଇ ସେଣ୍ଟ୍ରାଲ-ହାଓଡ଼ା, ପୁଡୁଚେରୀ-ହାଓଡା ଟ୍ରେନ୍‌ ରହିଛି ।

Advertisement

ସେହିପରି ୨୪ ତାରିଖରେ ସାଲିମାର-ପୁରୀ, ହାଓଡ଼ା-ଭୁବନେଶ୍ୱର, ହାଓଡ଼ା-ପୁରୀ, ପାଟନା-ପୁରୀ, ସାଲିମାର-ପୁରୀ, ଭଞ୍ଜପୁର-ପୁରୀ, ଆନନ୍ଦବିହାର-ପୁରୀ, ହାଓଡା-ଭଦ୍ରକ, ବାଲେଶ୍ୱର-ଭଦ୍ରକ, ଖଡ଼ଗପୁର ଭଦ୍ରକ, ଭଦ୍ରକ-କଟକ, ୨୫ ତାରିଖରେ ଭଦ୍ରକ-ପଲାସା, ଜଳେଶ୍ୱର-ପୁରୀ, ବାଙ୍ଗିରିପୋଷୀ-ପୁରୀ, ଖଡଗପୁର ଖୋର୍ଦ୍ଧା ରୋଡ୍‌, ଦୀଘା-ବିଶାଖାପାଟଣା, ବ୍ରହ୍ମପୁର-ବିଶାଖାପାଟଣା, ୨୬ରେ ଅହମ୍ମବାଦ-ପୁରୀ, ପୁରୀ-ଗାନ୍ଧିଧାମ, ନିଜାମୁଦ୍ଦିନ-ପୁରୀ, ଜୟନଗର-ପୁରୀ ଏବଂ ୨୭ ତାରିଖରେ ରାମେଶ୍ୱରମ ଭୁବନେଶ୍ୱର ଆଦି ଟ୍ରେନ୍‌ ବାତିଲ ହୋଇଛି ।

ସେହିପରି ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ହେଲପ ଡେସ୍କ ଖୋଲାଯାଇଛି । ପୁରୀ ପାଇଁ ୮୯୨୬୧ – ୦୦୩୫୬, ଖୋର୍ଦ୍ଧାରୋଡ ଲାଗି ୮୯୨୬- ୧୦୦୨୧୫, ଭୁବନେଶ୍ୱର ପାଇଁ ୮୧୧୪୩-୮୨୩୭୧, କଟକ ପାଇଁ ୮୧୧୪୩-୮୨୩୫୯, ପାରାଦୀପ ପାଇଁ ୮୧୧୪୩- ୮୮୩୦୨, ଯାଜପୁର କେନ୍ଦୁଝରରୋଡ଼ ପାଇଁ ୮୧୧୪୩୮୨୩୪୨, ଭଦ୍ରକ ପାଇଁ ୮୧୧୪୩୮୨୩୦୧ ନମ୍ବର ଜାରି ହୋଇଛି । ବାତ୍ୟା ଦାନାର ମୁକାବିଲା ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମୀକ୍ଷା କରିଛନ୍ତି । ରେଳମନ୍ତ୍ରୀ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ହୋଇଥିବା ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ବିଭାଗ ପକ୍ଷରୁ ସର୍ବନିମ୍ନ ବ୍ୟାଘାତ ସହ ସର୍ବାଧିକ ପ୍ରସ୍ତୁତିକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *