ପାକିସ୍ତାନକୁ ବଡ ଝଟକା ; କାଶ୍ମୀରେ ଆୟୋଜିତ G-୨୦ ରେ ଏକଜୁଟ୍ ହେଲେ ବିଶ୍ୱର ୧୭ ଶକ୍ତିଶାଳୀ ଦେଶ …
1 min readନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ଆୟୋଜିତ ଜି ୨୦ ସମ୍ମିଳନୀରେ ଆଜି ବିଶ୍ୱର ୧୭ଟି ଶକ୍ତିଶାଳୀ ଦେଶର ପ୍ରତିନିଧିମାନେ ଏକଜୁଟ୍ ହୋଇଛନ୍ତି । ଭାରତର ନିମନ୍ତ୍ରଣ ରକ୍ଷା କରି ବିଶ୍ୱର ଅନେକ ଶକ୍ତିଶାଳୀ ପ୍ରତିନିଧି ମାନେ ଯୋଗଦାନ ଦେଇଛନ୍ତି । ଯାହା ବର୍ତ୍ତମାନ ପାକିସ୍ତାନର ମୁଣ୍ଡ ବିନ୍ଧାର କାରଣ ପାଲଟିଯାଇଛି । ଜମ୍ମୁ-କାଶ୍ମୀର ଯେ ଭାରତ ପାଇଁ ଏକ ସୁରକ୍ଷିତ ସ୍ଥଳ ଏବଂ ଭାରତର ଅଂଶ ବୋଲି ପ୍ରମାଣକରିଦେଇଛିି ଏହି ବୈଠକ । ଏହି ବୈଠକ ଦ୍ୱାରା କଶ୍ମୀର ଉପରେ ପାକିସ୍ଥାନର ଦାବୀ ଦୁର୍ବଳ ହେବ । ଏହା ସହ କାଶ୍ମୀର ଉପରେ ଭାରତର ନିଷ୍ପତ୍ତିକୁ ମାନ୍ୟତା ମିଳିବ । ତେବେ ଏହି ବୈଠକରେ ଆମନ୍ତ୍ରିତ ସମସ୍ତ ଦେଶ ଭିତରୁ ପାକିସ୍ତାନକୁ ସମର୍ଥନ ଜଣାଇ ଚାଇନା ,ସାଉଦି ଆରବ ଏବଂ ତୁର୍କୀ ଏହି ସମ୍ମିଳନରେ ଯୋଗଦାନ କରିନଥିଲେ । ଏହା ବ୍ୟାତୀତ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, , ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ରିପବ୍ଲିକ୍ ଅଫ୍ କୋରିଆ, ମେକ୍ସିକୋ, ଦକ୍ଷିଣ ଆଫ୍ରିକା, ଯୁକ୍ତରାଜ୍ୟ ଏବଂ ଆମେରିକା ଏବଂ ୟୁରୋପୀୟ ୟୁନିଅନ୍ ଇତ୍ୟାଦି ଯୋଗ ଦେଇଥିବା ଜଣାପଡିଛି ।
ପୂର୍ବ ଜାମ୍ମୁ କାଶ୍ମୀର ସ୍ୱତନ୍ତ୍ର ସ୍ଥିତି ପ୍ରତ୍ୟାହାର ହେବା ପରେ ଜି୨୦ କାଶ୍ମୀରର ସବୁଠାରୁ ବଡ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ । ଏହାକୁ ଦୁଇଟି ୟୁନିଅନ୍ ଅଞ୍ଚଳରେ ବିଭକ୍ତ କରାଯାଇଥିଲା।କେଏନ୍ଏସ୍ ରିପୋର୍ଟ ଅନୁଯାୟୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ପର୍ଯ୍ୟଟନ ସଚିବ ଅରବିନ୍ଦ ସିଂ କହିଛନ୍ତି ଯେ କିଛି ସଦସ୍ୟ ଦେଶ ଏପର୍ଯ୍ୟନ୍ତ ପଞ୍ଜୀକୃତ ହୋଇନାହାଁନ୍ତି କିନ୍ତୁ ପଞ୍ଜୀକରଣର ଶେଷ ତାରିଖ ହେଉଛି ମେ ୨୨।
ସେ କହିଛନ୍ତି ଯେ ମେ ୨୨ ରୁ ୨୪ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରାୟ ୬୦ ଜଣ ବିଦେଶୀ ପ୍ରତିନିଧୀ ଅଂଶଗ୍ରହଣ କରିବେ । ସେ କହିଛନ୍ତି, ଜମ୍ମୁ -କଶ୍ମୀରରେଏହି ବୈଠକ କରିବା କେବଳ ପର୍ଯ୍ୟଟନ ପାଇଁ ଏହାର ସାମର୍ଥ୍ୟ ପ୍ରଦର୍ଶନ କରିବା ନୁହେଁ ବରଂ ଏହି ଅଞ୍ଚଳରେ ସ୍ଥିରତା ଏବଂ ସ୍ୱାଭାବିକତାର ପୁନରୁଦ୍ଧାରକୁ ବିଶ୍ୱବ୍ୟାପୀ ସଙ୍କେତ ଦେବା ପାଇଁ ଥିଲା। ଏହି ସମୟରେ, ଅଭିଜିତ ଏନଏସଜି, ସାମୁଦ୍ରିକ କମାଣ୍ଡୋ, ପାରା ସାମରିକ ସୈନ୍ୟ, ସ୍ଥାନୀୟ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ସହିତ ଡାଲ ହ୍ରଦ ଏବଂ ଏସକେଆସିସି ମାନଙ୍କ ଦ୍ୱରା ପର୍ଯ୍ୟପ୍ତ ସଂଖ୍ୟାରେ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କରାଯାଇଛି।