Pratidin TV

Odisha's Digital News Platform

ଅନଲୋଡ ହେଉଥିଲା ଅକ୍ସିଜେନ ସିଲିଣ୍ଡର; ହଠାତ ଶୁଭିଲା ଶଦ୍ଦ ଆଉ ଚାରିଆଡେ ବିଛାଡି ହୋଇପଡିଲା ମାଂସ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଲା ବଡ ଧରଣ ବିସ୍ଫୋରଣ ।ଏତେ ଜୋର ଶଦ୍ଦ ହେଲା ଯେ କିଛି ସମୟ ପାଇଁ ଥରି ଉଠିଥିଲା ସହରର କିଛି ଅଞ୍ଚଳ । କି ଏ କିଛି ବୁଝିବା ଆଗରୁ ଘଟିଗଲା ବଡ ଅଘଟଣ । ଗାଡିରୁ ସିଲଣ୍ଡର ବାହାର କରି ନେଉଥିବା ବେଳେ ହଠାତ୍ ଫାଟିଗଲା । ଆଉ ଏହି ଅକ୍ସଜେନ ସିଲିଣ୍ଡର ବିସ୍ଫୋରଣ ସମସ୍ତଙ୍କ ଛାତି ଥରାଇ ଦେଇଥିଲା । ଏହି ବଡ ବିସ୍ଫୋରଣରେ ୨କର୍ମଚାରୀଙ୍କ ହାତ ଗୋଡରରୁ ମାଂସ ଉଡି ଯାଇଥିଲା । ସେମାନଙ୍କୁ ଉଦ୍ଧାର କରାଯାିଥିବା ବେଳେ ଚିକିତ୍ସା ଅବସ୍ଥାରେ ଜଣେ କର୍ମଚାରୀ ଆଖିବୁଜି ଦେଇଛନ୍ତି ସେହପିରି ଅନ୍ୟ ବ୍ୟକ୍ତି ଜଣଙ୍କ ଅବସ୍ଥା ବର୍ତ୍ତମାନ ସୁଧ୍ୟା ଗୁରତ୍ର ରହିଛି । ଏହି ଅଘଟଣ ପରେ ଚାରିଆଡେ ଭୟର ଆତଙ୍କ ଖେଳି ଯାଇଛି । ଏହି ଦୁର୍ଘଟଣା ଟି ବାଲାଗଞ୍ଜର ଜେପିଏସ ଶିଶୁ ଡାକ୍ତରଖାନା ନିକଟରେ ଘଟିଛି ।

ମିଳିଥିବା ସୂଚନା ମୁତାବକ ସଞ୍ଜୟ ଶ୍ରୀବାସ୍ତବଙ୍କ ଏଲିଟ ଏଣ୍ଟରପ୍ରାଇଜେସ ଫରିଡିପୁରରେ ଏକ ଅମ୍ଲଜାନ ସିଲିଣ୍ଡର ପ୍ଲାଣ୍ଟ ରହିଛି । ସେଠାରୁ ୨ଜଣ ଅର୍ଥାତ ଗାଡି ଡ୍ରାଇଭର ଏବଂ ଜଣେ କର୍ମଚାରୀ ଅକ୍ସଜେନ ସିଲିଣ୍ଡର ନେଇ ଶିଶୁ ଡାକ୍ତରଖାନାକୁ ଆସିଥିଲେ । ସେଠାରେ ଅକ୍ସଜେନ ସିଲିଣ୍ଡରକୁ ଲୋଡ କରୁଥିବା ବେଳେ ହଠାତ ବିସ୍ଫୋରଣ ହୋଇଥିଲା । ଫଳରେ ୨ଜଣ ବ୍ୟକ୍ତଙ୍କ ଶରୀର ଅଧିକାଂଶ ଭାଗର ଖଣ୍ଡିଖାବରା ହୋଇ ପଡିଥିଲା । ଲହୁଲୁହାଣ ହୋଇ ରାସ୍ତାରେ ପହିଥିବା ବେଳେ ସେମାନଙ୍କବ୍ୟତୀତ ଅନ୍ୟ ୨ଜଣ ମଧ୍ୟ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ପହଁଚି ସମସ୍ତଙ୍କୁ ଉଦ୍ଦାର କରି ଟ୍ରମା ସେଂଟରରେ ଭର୍ତ୍ତି କରାଇଥିଲା । ଯେଉଁଠାରେ ଚିକିତ୍ସିତ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ କର୍ମଚାରୀ ଏବେ ବି ଗୁରୁତର ଅବସ୍ଥାରେ ଅଛନ୍ତି । ସିଲିଣ୍ଡର ଫାଟିବାର ଶଦ୍ଦ ଡାକ୍ତରଖାନା ଏବଂ ଏହାର ଆଖାପାଖ ଅଞ୍ଚଳକୁ ସମ୍ପୁର୍ଣ୍ଣ ରୂପେ ଥରାଇ ଦେଇଥିଲା । ବିସ୍ଫୋରଣ ଯୋଗୁଁ ସିଲିଣ୍ଡର ସେଲଗୁଡିକ ସମ୍ପୂଣ୍‌ର୍ଣ ଭାବେ ଉଡିଯାଇଥିଲା ।

Leave a Reply

Your email address will not be published. Required fields are marked *