Pratidin TV

Odisha's Digital News Platform

ଲୁଚାଣିଆ ନିର୍ବନ୍ଧ କଲେ ବିଗ୍‌ବସ୍ ଫେମ୍‌ ‘ଏଜାଜ-ପବିତ୍ରା’ , ସୋସିଆଲ ମିଡିଆରେ ପୋଷ୍ଟ କଲେ ଏଭଳି ଫଟୋ

1 min read

ନୂଆଦିଲ୍ଲୀ : ବିଗ୍ ବସ୍ ସିଜିନ -୧୪ର ଫେମ୍ ଗ୍ଲାମରିଅର୍ସ କପୁଲ ଏଜାଜ ଖାନ୍ ଓ ପବିତ୍ରା ପୁନିଆଙ୍କୁ ନେଇ ପୁଣି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ନିକଟରେ ପବିତ୍ରା ନିଜ ଇଷ୍ଟାଗ୍ରାମ ଷ୍ଟୋରୀରେ ଏକ ଏଭଳି ଫଟୋ ସେୟାର କରିଛନ୍ତି ଯାହା ପୁରା ସୋସିଆଲ ମିଡିଆରେ ହଲଚଲ୍ ସୃଷ୍ଟି କରିଦେଇଛି । ଏହା ସହ ବିଗ୍‌ବସ୍‌ର ଫ୍ୟାନ୍ସ ମାନେ ମଧ୍ୟ ଏହି ଫଟୋଟିକୁ ଦେଖି ଆଶ୍ଚର୍ଯ୍ୟ ଅଛନ୍ତି ।

କହିବାକୁ ଗଲେ ଏଜାଜ୍ ଖାନ୍-ପବିତ୍ରା ପୁନିଆଙ୍କ ପ୍ରେମ କାହାଣୀ ‘ବିଗ୍ ବସ୍ ୧୪’ରୁ ଘରୁ ଆରମ୍ଭ ହୋଇଥିଲା। ଯାହା ବର୍ତ୍ତମାନ ପର‌୍ୟ୍ୟନ୍ତ ଜାରି ରହିଛି। ଏହି ଦମ୍ପତି ପ୍ରାୟତଃ ପରସ୍ପର ସହିତ ସମୟ ଅତିବାହିତ କରୁଥିବାର ଦେଖିବାକୁ ମିଳିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଦମ୍ପତି ଦୀର୍ଘ ଦିନ ଧରି ପରସ୍ପର ସହ ଲାଇଭ-ଇନରେ ଥିଲେ।

Advertisement

ବର୍ତ୍ତମାନ ପବିତ୍ରା ପୁନିଆ ଏକ ଫଟୋ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି। ଯେଉଁଥିରେ ସେ ଏକ ସୁନ୍ଦର ହୀରା ମୁଦି ଦେଖାଉଥିବାର ନଜର ଆସିଛନ୍ତି। ଏହା ସହ କ୍ୟାପ୍‌ସନରେ ଲେଖିଛନ୍ତି, “କଣ ??” ଫଟୋରେ ଅଭିନେତ୍ରୀଙ୍କର କେବଳ ମୁହଁର ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି ଏଜାଜ ଖାନଙ୍କ ସହ ବୋଧ ହୁଏ ନିର୍ବନ୍ଧ କରିନେଇଛନ୍ତି। ତେବେ ଏ ବାବଦରେ ଦୁହେଁ ନିଜର କିଛି ପ୍ରତିକ୍ରିୟା ପ୍ରକାଶ କରିନାହନ୍ତି ।

Leave a Reply

Your email address will not be published. Required fields are marked *