Pratidin TV

Odisha's Digital News Platform

ମାଟିରେ ମିଶିଲା ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଚା’ ଦୋକାନ …

କଟକ : ମାଟିରେ ମିଶିଲା ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଚା’ ଦୋକାନ । ସିଏମସି ଜବରଦଖଲ ଉଚ୍ଛେଦ କରିବାକୁ ଯାଇ ଭାଙ୍ଗିଦେଲା ରାଓ ଟି’ ଷ୍ଟଲ । ଦୋକାନ ଭାଙ୍ଗି ରୁଜି ଯାଇଥିବା ବେଳେ ତାଙ୍କ ଅନ୍ତେ ଥିବା ଏହି ଶେଷ ସ୍ମୃତିମାଟିରେ ମିଶି ଯାଇଛି । ସ୍ୱର୍ଗତ ରାଓଙ୍କ ପରିବାର ସିଏମସିର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି ।

ପାଖାପାଖି ୫୦ ବର୍ଷର ଚା’ ଦୋକାନକୁ ଚଳାଇ ସେ ଶତାଧିକ ଅନାଥ ଓ ବସ୍ତି ପିଲାଙ୍କ ପାଇଁ ଏକ ସ୍କୁଲ ନିର୍ମାଣ କରିଥିଲେ । ସମାଜସେବାରେ ସେ ସର୍ବଦା ଆଗକୁ ଥିଲେ । ଜଣେ ସାମାନ୍ୟ ଚା’ ଦୋକାନୀ ହୋଇ ସମାଜ ପ୍ରତି ଥିବା ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମାନୀତ କରାଯାଇଥିଲା ।

ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲକୁ ସହାୟତା ଦିଆଯାଇଥିଲା । କିନ୍ତୁ ୨୦୨୧ରେ ତାଙ୍କର ପରଲୋକ ପରେ ଜିଲ୍ଲା ପ୍ରଶାସନ ଓ ସିଏମସି ତାଙ୍କ ସ୍ମୃତି ଓ ପରିବାରକୁ ଏକ ପ୍ରକାର ଅଣଦେଖା କରିଦେଇଛି ।

Leave a Reply

Your email address will not be published. Required fields are marked *