Pratidin TV

Odisha's Digital News Platform

ଏସ୍‌ସିବିରେ ଚିକିତ୍ସିତ ହେବେ,ପଦ୍ମଶ୍ରୀ କମଳା ପୂଜାରୀ

1 min read

କୋରାପୁଟ : ଗୁରୁତର ଅବସ୍ଥାରେ ପଦ୍ମଶ୍ରୀ କମଳା ପୂଜାରୀ । କୃଷି କ୍ଷେତ୍ରରେ ନିଜର ପ୍ରମୁଖ ଅବଦାନ ପାଇଁ କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଥିଲା ।

ସୂଚନା ଅନୁଯାୟୀ ଗତ ରବିବାର ଦିନ କମଳା ପୂଜାରୀଙ୍କର ଝାଡା,ବାନ୍ତି ସହ ଜ୍ୱର ମଧ୍ୟ ହୋଇଥିଲା । ଏନେଇ ତାଙ୍କ ସ୍ୱାସ୍ଥ ଅବସ୍ଥା ଅଧିକ ବିଗିଡିବାରୁ ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାପରେ ତାଙ୍କର ଜ୍ୱର ଓ ଝାଡା,ବାନ୍ତି କମିଯାଇଛି ।

Advertisement

କିନ୍ତୁ ଏହା ଭିତରେ ତାଙ୍କର ରକ୍ତ ଏବଂ ପରିଶ୍ରା ପରୀକ୍ଷା କରାଯାଇଥିଲା । ରିପୋର୍ଟରେ ତାଙ୍କ ଶରୀରରେ ୟୁରିଆ ଓ କ୍ରେଟିନ୍ ଅଧିକ ଆସିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲ(ଏସ୍‌ସିବି)କୁ ସ୍ଥାନାନ୍ତରଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଦିଲ୍ଲୀପ ବିଶ୍ୱାଳ ।

Leave a Reply

Your email address will not be published. Required fields are marked *