Pratidin TV

Odisha's Digital News Platform

ଏସସିବିରୁ ଡିସଚାର୍ଜ ହେଲେ ପଦ୍ମଶ୍ରୀ କମଳା ପୂଜାରୀ , ସୁସ୍ଥ ହୋଇ ଫେରିଲେ ଘରକୁ …..

1 min read

କଟକ : କଟକ ଏସସିବି ବଡ ମେଡିକାଲ ରୁ ଡିଶଚାର୍ଜ ହେଲେ ପଦ୍ମଶ୍ରୀ କମଳା ପୂଜାରୀ ।ଅପରାହ୍ନରେ ଏସସିବି ର ସ୍ୱତନ୍ତ୍ର ଇଖଝ ଆମ୍ବୁଲାନ୍ସ ସାହାଯ୍ୟ ରେ ନିଜ ଘର ଜୟପୁର କୁ ଗଲେ ପଦ୍ମଶ୍ରୀ କମଳା ପୂଜାରୀ । ସେ ଗଲା ୫ ତାରିଖ ରେ ଏସସିବି ନ୍ୟୁ ମେଡିସିନ୍ ବିଭାଗରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ନ୍ୟୁ ମେଡିସିନ ବିଭାଗ ଆସିୟୁରେ ଥିବା ଏକ ସ୍ବତନ୍ତ୍ର କ୍ୟାବିନରେ ତାଙ୍କର ଚିକିତ୍ସା କରାଯାଉଥିଲା ।

ପଦ୍ମଶ୍ରୀ ଙ୍କ ସ୍ୱାସ୍ଥ୍ୟ ରେ ଉନ୍ନତି ଆସିବାରୁ ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି । ସୂଚନା ଅନୁଯାୟୀ ତାଙ୍କର କିଡନୀ ଷ୍ଟୋନ ସହ ,ରକ୍ତଚାପ ଓ ହିମୋଗ୍ଲୋବିନ୍ ପରିମାଣ କମ୍ ଥିଲା । ଏହା ସହ ଛାତିରେ ସଂକ୍ରମଣ ମଧ୍ୟ ହୋଇଥିଲା । ଏବେ ପଦ୍ମଶ୍ରୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ହେବାରୁ ତାଙ୍କୁ ଡିସଚାର୍ଜ କରାଯାଇଛି । ତେବେ କୋରାପୁଟ ର ଏକ ଡାକ୍ତରୀ ଦଳ ତାଙ୍କ ଘରକୁ ଯାଇ ନିୟମିତ ବ୍ୟବଧାନରେ ପଦ୍ମଶ୍ରୀ ଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବେ ବୋଲି କହିଛନ୍ତି ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ।

Advertisement

Leave a Reply

Your email address will not be published. Required fields are marked *