Pratidin TV

Odisha's Digital News Platform

ଥାଇଲାଣ୍ଡକୁ ମିଳିଲା ନୂଆ PM , ପେଟୋଙ୍ଗଟାର୍ନ ଶିନାୱାତ୍ରାଙ୍କ ହାତରେ ଶାସନ ଡୋର …

1 min read

 ଥାଇଲାଣ୍ଡକୁ ମିଳିଲା  ନୂଆ ପ୍ରଧାନମନ୍ତ୍ରୀ।  ପାଏତୋଙ୍ଗତର୍ନ ସିନାଓ୍ବତ୍ରାଙ୍କୁ ଥାଇଲ୍ୟାଣ୍ଡର ସଂସଦ ପ୍ରଧାନମନ୍ତ୍ରୀ ପଦ ପାଇଁ ମନୋନୀତ କରାଯାଇଛି । ସେ ହେଉଛନ୍ତି ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ। ଥାଇଲ୍ୟାଣ୍ଡ ସୁପ୍ରିମକୋର୍ଟ ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନଙ୍କୁ ପଦରୁ ବହିଷ୍କାର କରିଥିଲେ। ଶେଥ୍ରା ଜଣେ ପୂର୍ବତନ ଅପରାଧୀଙ୍କୁ କ୍ୟାବିନେଟରେ ନିଯୁକ୍ତ ଦେବାରୁ ଏହାକୁ ନୈତିକ ନିୟମ ଉଲ୍ଲଂଘନ ଦର୍ଶାଇ ସୁପ୍ରିମକୋର୍ଟ ତାଙ୍କୁ ବହିଷ୍କାର କରିଛନ୍ତି।

ଏହାପରେ ସଂସଦର ନିଷ୍ପତ୍ତି କ୍ରମେ ଶିନାବାତ୍ରାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରାଯାଇଛି। ଏପରି ହେଲେ ଶିନାବାତ୍ରା ହେବେ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ, ଯିଏକି ମାତ୍ର 37 ବର୍ଷ ବୟସରେ ଏହି ଆସନ ଅଳଙ୍କୃତ କରିବେ। ବାସ୍ତବରେ ପଏତୋଗତାର୍ନ ହେଉଛନ୍ତି ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅରବପତି ଥାକସିନ୍ ଶିନାବାତ୍ରାଙ୍କ ସାନ ଝିଅ। ପାଏତୋଗତାର୍ନ 1986ରେ ବ୍ୟାଙ୍କକକରେ ଜନ୍ମ ଗ୍ରହଣ କରିଥିଲେ। କେବଳ ତାଙ୍କ ବାପା ନୁହନ୍ତି, ଶିନାବାତ୍ରା ପରିବାରର ସେ ହେଉଛନ୍ତି ଚତୁର୍ଥ ସଦସ୍ୟ ଯିଏକି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ତାଙ୍କ ଖୁଡ଼ି ଏବଂ ଦାଦା ଶ୍ୱଶୁର ମଧ୍ୟ ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିଲେ।

Advertisement

Leave a Reply

Your email address will not be published. Required fields are marked *