Pratidin TV

Odisha's Digital News Platform

ପୁଣି ପାକ୍‌ର ଷଡଯନ୍ତ୍ରକୁ ବିଫଳ କଲା ଭାରତୀୟ ସେନା , ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ୩ ଶହ କୋଟି ଡ୍ରଗ୍ସ ଜବତ ..

1 min read

ଗୁଜୁରାଟ୍ : ପୁଣି ଗୁଜୁରାଟ୍ ଉପକୂଳରେ ପାକିସ୍ତାନ ବୋଟ୍ । କିନ୍ତୁ ଏଥର ମଧ୍ୟ ପାକ୍‌ର ଷଡଯନ୍ତ୍ରକୁ ବିଫଳ କରିଛନ୍ତି ଭାରତୀୟ ସୁରକ୍ଷାକର୍ମୀ । ଗୋଟିଏ ବଡ଼ ବିପଦକୁ ଟାଳିବା ସହ ନିଶା କାରବାର ନେଟୱର୍କକୁ ପଣ୍ଡ କରି ଦେଇଛନ୍ତି ଭାରତୀୟ ସୁରକ୍ଷାକର୍ମୀ। ଭାରତୀୟ ଜଳ ରାଶିରେ ବୁଲୁଥିବା ପାକିସ୍ତାନର ଗୋଟିଏ ମାଛ ଧରା ଡଙ୍ଗାକୁ ଜବତ କରିଛନ୍ତି ସୁରକ୍ଷାକର୍ମୀ। ବୋଟ୍ରେ ଥିବା ୧୦ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯିବା ସହ ୪୦ କିଲୋଗ୍ରାମ ଡ୍ରଗ୍ସ,ବିଭିନ୍ନ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି ।

ତେବେ ଡ୍ରଗ୍ସର ଆନୁମାନିକ ମୂଲ୍ୟ ୩୦୦ କୋଟି ଟଙ୍କା ବୋଲି କୁହାଯାଉଛି । ଏହି ଅପରେଶନ ୨୫ ଏବଂ ୨୬ ଡିସେମ୍ବର ରାତିରେ କରାଯାଇଥିବା ଆଇସିଜି ପକ୍ଷରୁ ସୂଚନା ଦିଆଯାଇଛି । ଆଇସିଜି ଅଧିକାରୀ କହିବା ମୁତାବକ, ଗୁଜୁରାଟ ଏଟିଏସର ଗୁପ୍ତଚର ସୂଚନା ଦେଇଥିଲେ କି ଏକ ପାକିସ୍ତାନୀ ବୋଟ୍ ଭାରତୀୟ ସୀମାକୁ ପ୍ରବେଶ କରୁଛି । ଏହା ପରେ ୨୫ ଏବଂ ୨୬ ଡିସେମ୍ବର ରାତିରେ ଅପରେଶନ ଆରମ୍ଭ ହୋଇଥିଲା । ଏଥିରେ କୋଷ୍ଟଗାର୍ଡର ପ୍ରହରା ଜାହାଜ ଆଇସିଜିଏସ ଅରିଞ୍ଜୟକୁ ନିୟୋଜିତ କରାଯାଇଥିଲା । ଏହି ସମୟରେ, ପଚରାଉଚରା ଏବଂ ଅନୁସନ୍ଧାନ ପାଇଁ ଦଳ ପାକିସ୍ତାନୀ ମତ୍ସ୍ୟଜୀବୀ ଡଙ୍ଗା ଅଲ ସୋହେଲିକୁ ଅଟକାଇଥିଲା । ଡଙ୍ଗାର ଯାଂଚ ବେଳେ ଏଥିରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ପ୍ରାୟ ୪୦ କିଲୋଗ୍ରାମର ଡ୍ରଗ୍ସ ନିଶା ଉଦ୍ଧାର କରାଯାଇଥିଲା ।

Advertisement

ଅଧିକାରୀ କହିଛନ୍ତି ଯେ ଉଦ୍ଧାର ହୋଇଥିବା ଡ୍ରଗ୍ସର ମୂଲ୍ୟ ପ୍ରାୟ ୩୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । କର୍ମଚାରୀଙ୍କ ସହ ଡଙ୍ଗାକୁ ମଧ୍ୟ ଗିରଫ କରାଯାଇଥିଲା । ଏହା ପରେ କ୍ରୁ ଏବଂ ଡଙ୍ଗାକୁ ଅଧିକ ଅନୁସନ୍ଧାନ ପାଇଁ ଓଖାକୁ ଅଣାଯାଉଛି । ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ସୁରକ୍ଷା ଏଜେନ୍ସି ପାକିସ୍ତାନୀ ଡଙ୍ଗାର କର୍ମଚାରୀଙ୍କଠାରୁ ୬ଟି ପିସ୍ତଲ ଏବଂ ୧୨୦ ରାଉଣ୍ଡ ଗୁଳି ଜବତ କରିଛି । ଏହି ଡଙ୍ଗା କରାଚି ନିକଟସ୍ଥ ଏକ ସ୍ଥାନରୁ ଆରମ୍ଭ ହୋଇଥିଲା ।

Leave a Reply

Your email address will not be published. Required fields are marked *