ରାଷ୍ଟ୍ରପତି ଓ ଗୃହମନ୍ତ୍ରୀ କଲେ ବଡ ଘୋଷଣା , ବିନା ଦରମାରେ କରିବେ କାମ ..
1 min readଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଆଉ ଏହାରି ଭିତରେ ପାକିସ୍ତାନରେ ଗଢା ହୋଇଛି ନୂଆ ସରକାର । ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ହୋଇଛନ୍ତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ । ତେବେ ପାକିସ୍ତାନର ଏପରି ଦୟନୀୟ ପରିସ୍ଥିତି କୁ ଆଖି ଆଗରେ ରଖି ରାଷ୍ଟ୍ରପତି କରିଛନ୍ତି ବଡ଼ ଘୋଷଣା । ସେ କହିିଛନ୍ତି ସେ ତାଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ଭିତରେ ବେତନ ନେବେନାହିଁ । ଜର୍ଦ୍ଦାରୀଙ୍କ ଏହି ପଦ କ୍ଷେପକୁ ସ୍ୱାଗତ କରିଛନ୍ତି ଦେଶର ନୂତନ ଗୃହମନ୍ତ୍ରୀ ।
ସେ ମଧ୍ୟ ଏହି ବିଷମ ପରିସ୍ଥିତି ର ମୁକାବିଲା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ଦେଶରେ ଦୀର୍ଘଦିନ ଧରି ଚାଲିଆସୁଥିବା ଅର୍ଥନୈତିକ ସଙ୍କଟ ଏବଂ ମୁଦ୍ରାସ୍ଫିତ କାରଣରୁ ପାକିସ୍ତାନବାସୀଙ୍କ ଆର୍ଥିକ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ପାକିସ୍ତାନର ରାଷ୍ଟ୍ରପତି ଏହି ସୂଚନାକୁ ପାକିସ୍ତାନ ପିପୁଲ୍ସ ପାର୍ଟି ର ଏକ୍ସ ଆକାଉଣ୍ଟରେ ସେୟାର କରିଛନ୍ତି । ସେ ଏହି ସୂଚନା ସେୟାର କରି କହିଛନ୍ତି ଏପରି ଚ୍ୟାଲେଞ୍ଜିଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ସାହାଯ୍ୟ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଦେଶର ରାଜସ୍ୱ ଉପରେ ବୋଝ ହେବ ନାହିଁ । ଆସିଫ ଅଲୀ ଜର୍ଦ୍ଦାରୀ ଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି ।