Pratidin TV

Odisha's Digital News Platform

ଭାରତକୁ ଆସିଥିଲା ପାକ୍ ଜାହାଜ ; ୨ ଘଣ୍ଟା ପିଛା କରି ମତ୍ସ୍ୟଜୀବୀଙ୍କୁ ଝାମ୍ପି ଆଣିଲେ ଭାରତୀୟ କୋଷ୍ଟଗାର୍ଡ, ଛୁ ମାରିଲେ ପାକିସ୍ତାନୀ

1 min read

ଦମ ଦେଖାଇଲା ଭାରତୀୟ କୋଷ୍ଟଗାର୍ଡ | ୨ ଘଣ୍ଟା ପିଛା କରି ପାକିସ୍ତାନ ଜାହାଜରୁ ମତ୍ସ୍ୟଜୀବୀଙ୍କୁ ଝାମ୍ପି ଆଣିଲେ ଭାରତୀୟ କୋଷ୍ଟ ଗାର୍ଡ |

https://twitter.com/ANI/status/1858518580637454792

ସୂଚନା ଅନୁଯାୟୀ, ପାକିସ୍ତାନ-ଭାରତ ସମୁଦ୍ର ସୀମାରେଖା ନିକଟରେ ସୋମବାର ଭାରତୀୟ ମତ୍ସ୍ୟଜୀବୀଙ୍କୁ ଧରିବାକୁ ପାକିସ୍ତାନ ଜାହାଜ ଆସିଥିଲା। ଭାରତୀୟ ତଟରକ୍ଷୀ ଜାହାଜ ତାର ଉଦ୍ଦେଶ୍ୟ ପଣ୍ଡ କରିଦେଇଛି। ସମୁଦ୍ର ସୀମାରେଖା ନିକଟରେ ମୁତୟନ ଥିବା ଅଗ୍ରୀମ ପାକିସ୍ତାନୀ ଜାହାଜକୁ ଦେଖି ତତ୍କାଳ କାର୍ଯ୍ୟାନୁଷ୍ଠାନ କରିଥିଲା ଓ ପାକିସ୍ତାନୀ ଜାହାଜକୁ ସମୁଦ୍ର କ୍ଷେତ୍ରରେ ୨ ଘଣ୍ଟା ଧରି ପିଛା କରିଥିଲା । ଭାରତୀୟ ଜଳରାଶିରେ ଥିବା ‘କାଳ ଭୈରବ’ ମାଛଧରା ବୋଟ୍‌ରୁ ମତ୍ସ୍ୟଜୀବୀମାନଙ୍କୁ କୌଣସି ସ୍ଥିତିରେ ପାକିସ୍ତାନ ଜାହାଜ ନେଇଯିବାକୁ ଦିଆଯିବ ନାହିଁ ବୋଲି ପ୍ରତିଜ୍ଞା କରି ତଟସୁରକ୍ଷା ବାହିନୀ ଏହାର ପିଛା କରିଥିଲା ଏଥିରେ ସୀମାରେ ମୁତୟନ କୋଷ୍ଟଗାର୍ଡ ଜାହାଜ ଅଗ୍ରୀମ ତତ୍ପରତା ପ୍ରଦର୍ଶନ କରିଥିଲା ଓ ମତ୍ସ୍ୟଜୀବୀଙ୍କୁ ସୁରକ୍ଷା ଦେଇଥିଲା ବୋଲି ପ୍ରତିରକ୍ଷା ଅଧିକାରୀମାନେ କହିଥିଲେ। ତେବେ ଏହି ଘଟଣାରେ ମାଛଧରା ବୋଟ୍‌ଟି କ୍ଷତିଗ୍ରସ୍ତ ହୋଇ ବୁଡ଼ିଯାଇଥିଲା। ଫଳରେ ପାକିସ୍ତାନୀ ଜାହାଜ କୌଣସି ଉପାୟ ନ ପାଇଁ ଭୟଭିତରେ ଛୁ ମାରିଥିଲା।

Advertisement

ଏହି ଉଦ୍ଧାର କାର୍ଯ୍ୟରେ ଉଦ୍ଧାର ହୋଇଥିବା ସମସ୍ତ ୭ ଜଣ ମତ୍ସ୍ୟଜୀବୀ ସୁସ୍ଥ ଥିବା ଜଣାପଡିଛି। ତେବେ ଆଇସିଜି ଅନୁଯାୟୀ ମତ୍ସ୍ୟଜୀବୀଙ୍କ ଡଙ୍ଗା ‘କାଲ ଭୈରବ’ ପ୍ରକ୍ରିୟା ସମୟରେ ନଷ୍ଟ ହୋଇଯାଇଥିଲା। ଆଇସିଜି ବିବୃତ୍ତିରେ କୁହାଯାଇଛି ଯେ ମତ୍ସ୍ୟଜୀବୀଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ସେମାନେ କୌଣସି ବଡ଼ ଶାରୀରିକ ଆଘାତ ହୋଇନାହିଁ ।

Leave a Reply

Your email address will not be published. Required fields are marked *