Pratidin TV

Odisha's Digital News Platform

ସାବଧାନ ! ଏବେ ବ୍ୟାଙ୍କ ଦେଉଛି ନକଲି ନୋଟ୍ ..

ଲୋକେ ବ୍ୟାଙ୍କ କୁ ସବୁଠୁ ସୁରକ୍ଷିତ ସ୍ଥାନ ଭବିଥାନ୍ତି । କାରଣ ଏଠାରେ ଟଙ୍କା ସୁନା ସୁରକ୍ଷିତ ରହିଥାଏ । ବ୍ୟାଙ୍କରେ କୌଣସି ପ୍ରକାର ଠକେଇ ହୋଇନଥାଏ । ଦୀର୍ଘବର୍ଷ ଧରି ଲକମାନର ବ୍ୟାଙ୍କ ଉପରେ ଭରସା ରହିଛି । ହେଲେ ଏବେ ଲୋକମାନଙ୍କ ବିଶ୍ୱାସରେ ବିଷ ଦେଉଛି ବ୍ୟାଙ୍କ । ଲୋକମାନଙ୍କୁ ଭୁଆଁ ବୁଲାଇ ଦେଉଛି ନକଲି ନୋଟ୍ । ଏକଥା ଶୁଣି ଆପଣ ଚମକି ପଡୁଥିବ ନିଶ୍ଚୟ ହେଲେ ଏହା ସତ । ବ୍ୟାଙ୍କ ଦେଉଛି ନକଲି ନୋଟ୍ ।

ଏପରି ଏକ ଘଟଣା ଦେଖିବାକୁ ମିଳୁଛି ପାକିସ୍ତାନରେ । ଆର୍ଥିକ ସଙ୍କଟରେ ଘାଣ୍ଟି ହେଉଛି ପାକିସ୍ତାନ । ଖାଦ୍ୟ ହେଉ କିମ୍ବା କୌଣସି ମୌଳିକ ଆବଶ୍ୟକତା, ପୁରଣ କରିବାରେ ପାକିସ୍ତାନ ବାସୀ ଅସମର୍ଥ । ତେବେ ଏପରି ଭୟଙ୍କର ପରିସ୍ଥିତିରେ ସାମ୍ନାକୁ ଆସିଛି ଏକ ଅଜବ ମାମଲା । ଏବେ ପାକିସ୍ତାନୀ ବ୍ୟାଙ୍କଗୁଡ଼ିକ ଅସମ୍ପୂର୍ଣ୍ଣ ମୁଦ୍ରିତ ନକଲି ନୋଟ୍ ଲୋକଙ୍କୁ ବଣ୍ଟନ କରୁଛନ୍ତି । ଯେତେବେଳ ଲୋକମାନେ ଅଭିଯୋଗ କଲେ , ପାକିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କ ଏହାର ତଦନ୍ତ ବିଷୟରେ କହୁଛନ୍ତି ।

ପାକିସ୍ତାନର କରାଚିରେ ଅନେକ ନୋଟ୍ ଅସମ୍ପୂର୍ଣ୍ଣ ମୁଦ୍ରିତ ହେଉଛି ଏବଂ ବ୍ୟାଙ୍କଗୁଡିକ ଲୋକମାନଙ୍କ ମଧ୍ୟରେ ବଣ୍ଟନ କରୁଛନ୍ତି । ଯେତେବେଳେ ଲୋକମାନେ ଜାଣିବାକୁ ପାଇଲେ ଯେ ବ୍ୟାଙ୍କ ନକଲି ନୋଟ୍ ଜାରି କରୁଛି, ସେମାନେ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଗୁରୁବାର ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ବାଣିଜ୍ୟିକ ବ୍ୟାଙ୍କକୁ ୧୦୦୦ ଟଙ୍କା ମୂଲ୍ୟର କିଛି ଭୁଲ ମୁଦ୍ରିତ ବ୍ୟାଙ୍କ ନୋଟ କିପରି ଦିଆଯାଇଥିଲା ତାହା ଅନୁସନ୍ଧାନ କରୁଛି ବୋଲି କହିଛି ।

Leave a Reply

Your email address will not be published. Required fields are marked *