Pratidin TV

Odisha's Digital News Platform

ନିର୍ବାଚନ ପୂର୍ବରୁ ଥରିଲା ପାକିସ୍ତାନ….

1 min read

ପାକିସ୍ତାନ ନିର୍ବାଚନ ପୂର୍ବରୁ ହେଲା ବିସ୍ଫୋରଣ | କରାଚିରେ ଥିବା ପାକିସ୍ତାନ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ବିସ୍ଫୋରଣ ହୋଇଥିବା ସୁଚନା ମିଳୁଛି | ଏହି ବିସ୍ଫୋରଣରେ କାହାର କିଛି ନ ହୋଇଥିବା ବରିଷ୍ଠ ପୋଲିସ ଅଧିକ୍ଷକ ଦକ୍ଷିଣ ସଦୋଜଇଙ୍କ ଅନୁଯାୟୀ ଏହି ସୂଚନା ମିଳିଛି | ବିସ୍ଫୋରଣ ହୋଇଥିବା ଘଟଣାସ୍ଥଳରେ ଏକ ବୋମା ନିଷ୍କାସନକାରୀ ଦଳକୁ ଡକାଯାଇଥିଲା | ପୋଲିସ ଏସଏସପି ସାଜିଦ ସଦୋଜଇ ସୂତ୍ର ଅନୁଯାୟୀ ବୋମା ବିସ୍ଫୋରଣ ସାମଗ୍ରୀ କରାଚିର ରେଡ ଜୋନ୍ ଅଞ୍ଚଳରେ ଥିବା କାର୍ଯ୍ୟାଳୟର ପାଚେରୀ ନିକଟରେ ଥିବା ଏକ ସପିଙ୍ଗ ବ୍ୟାଗରେ ରଖାଯାଇଥିଲା |

ବୋମା ଡିସପୋସାଲ ଟିମ ଏକ୍କା ରିପୋର୍ଟ ଜାରି କରି ସୂଚନା ଦେଇଛି, ଇସିପି କାର୍ଯ୍ୟାଳୟର ପାଚେରର ନିକଟରେ ବୋମା ବିସ୍ଫୋରଣ ହୋଇଥିଲା | କୁହାଯାଉଛି ଯେ ଏହି ବୋମାର ପ୍ରାୟ 4 ସହ ଗ୍ରାମର ବିସ୍ଫୋରକ ପଦାର୍ଥ ବ୍ୟବହାର କରାଯାଇଥିଲା | ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ଅଛି କି, ବ୍ଲାଷ୍ଟିଂ ସାଇଟରେ ଏକ ଟାଇମିଂ ଡିଭାଇସ ଏବଂ ଭୋଲ୍ଟ ବ୍ୟାଟେରୀ ମିଳିଥିଲା |

Advertisement

ଏହି ଘଟଣାପରେ ସୂଚନା ଅନୁସାରେ ପାକିସ୍ତାନର ନିର୍ବାଚନ ସମୟ ଧାର୍ଯ୍ୟ ତାରିଖ ୮ ଫେବୃଆରୀରେ ଅନୁଷ୍ଠିତ ହେବ |

Leave a Reply

Your email address will not be published. Required fields are marked *