Pratidin TV

Odisha's Digital News Platform

ଅଧିନାୟକ ପଦରୁ ଇସ୍ତଫା ଦେଲେ ପାକିସ୍ତାନ କ୍ରିକେଟର ‘ବାବର ଆଜମ ‘

1 min read

ନୂଆଦିଲ୍ଲୀ ; ଅଧିନାୟକ ପଦରୁ ଇସ୍ତଫା ଦେଲେ ପାକିସ୍ତାନ କ୍ରିକେଟର ବାବର ଆଜମ୍ । ଏନେଇ ସେ ନିଜେ ଟୁଇଟର (ଙ୍ଘ)ରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ “୨୦୧୯ରେ ମୋତେ ପାକିସ୍ତାନକୁ ଲିଡ୍ କରିବା ପାଇଁ ପିସିବି ମୋତେ ଫୋନ କରିବାର କଥା ଏବେ ବି ମୋର ମନେଅଛି। ବିଗତ ୪ ବର୍ଷ ମଧ୍ୟରେ ମୁଁ ଫିଲ୍ଡ ଭିତରେ ଓ ବାହାରେ ଅନେକ ସଫଳତା ଏବଂ ବିଫଳତା ଦେଖିଛି।କିନ୍ତୁ କ୍ରିକେଟ ୱାର୍ଲ୍ଡରେ ପାକିସ୍ତାନର ଗର୍ବ ଓ ସମ୍ମାନକୁ ସବୁବେଳେ ଉପରେ ରଖିବାକୁ ଚେଷ୍ଟା କରିଛି। କୋଚ, ମ୍ୟାନେଜମେଣ୍ଟ ଓ ଖେଳାଳିଙ୍କ ମିଳିତ ଉଦ୍ୟମରେ ସୀମିତ ଓଭର ଫର୍ମାଟରେ ପାକିସ୍ତାନ ବିଶ୍ୱର ୧ନଂ ସ୍ଥାନରେ ପହଞ୍ଚିଥିଲା। ଏହି ଯାତ୍ରାରେ ପାକିସ୍ତାନ କ୍ରିକେଟ ଫ୍ୟାନ୍ସଙ୍କ ସମର୍ଥନ ପାଇଁ ମୁଁ କୃତଜ୍ଞତା ଜଣାଉଛି।

“ଆଜି ମୁଁ ସମସ୍ତ ଫର୍ମାଟରୁ ପାକିସ୍ତାନର ଅଧିନାୟକ ପଦରୁ ଇସ୍ତଫା ଦେଉଛି। ଏହା ଏକ କଷ୍ଟସାଧ୍ୟ ନିଷ୍ପତ୍ତି କିନ୍ତୁ ମୁଁ ଅନୁଭବ କରୁଛି ଯେ ଏହି ନିଷ୍ପତ୍ତି ପାଇଁ ଏହା ଠିକ୍ ସମୟ ଅଟେ।” ତେବେ ବାବର ଯେକୌଣସି ଉପାୟରେ ନୂତନ ଅଧିନାୟକଙ୍କୁ ସାହାଯ୍ୟ କରିବେ ବୋଲି ସେ ସ୍ପଷ୍ଟ ଭାବରେ କହିଛନ୍ତି। ଆଗକୁ ଦଳକୁ ସେତିକି ସମର୍ଥନ କରିବା ସହ ସବୁ ପରିସ୍ଥିତିରେ ନୂତନ ଅଧିନାୟକଙ୍କୁ ସାହାର୍ଯ୍ୟ କରିବେ ବୋଲି ବାବର କହିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି “ମୁଁ ତିନୋଟି ଫର୍ମାଟରେ ଖେଳାଳି ଭାବରେ ପାକିସ୍ତାନକୁ ପ୍ରତିନିଧିତ୍ୱ ଜାରି ରଖିବି। ମୁଁ ମୋର ଅଭିଜ୍ଞତା ଏବଂ ଉତ୍ସର୍ଗୀକୃତ ନୂତନ ଅଧିନାୟକ ତଥା ଦଳକୁ ସମର୍ଥନ କରିବାକୁ ଏଠାରେ ଅଛି। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମୋତେ ବିଶ୍ୱାସର ଦେଇଥିବାରୁ ମୁଁ କ୍ରିକେଟ୍ ବୋର୍ଡକୁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି।

Advertisement

ଭାରତରେ ଚାଲିଥିବା ବିଶ୍ୱକପ୍‌ରେ ପାକିସ୍ତାନର ଫରଫୋମାନ୍ସ ଖୁବ୍ ଖରାପ୍ ରହିଥିଲା । ପାକିସ୍ତାନ ବିଶ୍ୱକପର ୯ ମୁକାବିଲାରୁ କେବଳ ୪ଟିରେ ଜିତିବାକୁ ସକ୍ଷମ ହୋଇଥିଲା। ଏନେଇ ଦଳ ସେମିଫାଇନାଲରେ ମଧ୍ୟ ପ୍ରବେଶ କରିପାରିନଥିଲା । ଏଥିପାଇଁ ବାବର ଓ ପାକିସ୍ତାନ ଟିମକୁ ତୀବ୍ର ସମାଲୋଚନା ହେବାକୁ ପଡ଼ିଥିଲା। ତାଙ୍କ ଦଳ ଚୟନ ପାଇଁ ବାବର କଡ଼ା ସମାଲୋଚନାର ସମ୍ମୁଖୀନ ହୋଇଥିଲେ । ଅନେକେ ଇମାମ ଉଲ୍ ହକ୍, ମହମ୍ମଦ ନୱାଜ ଏବଂ ଶାଦବ ଖାନଙ୍କ ସମେତ ତାଙ୍କ ପସନ୍ଦିତ ଖେଳାଳିଙ୍କ ସ୍ୱତନ୍ତ୍ର ଗୋଷ୍ଠି ଗଠନ କରିଥିବା ଅଭିଯୋଗ କରିଥିଲେ। ଅନ୍ୟପଟେ ବିଶ୍ୱକପରେ ବାବରଙ୍କ ପ୍ରଦର୍ଶନ ମଧ୍ୟ ଆଖିଦୃଶିଆ ନଥିଲା। ସେ ୯ଟି ମ୍ୟାଚ୍ରେ କେବଳ ୩୨୦ ରନ କରିବାକୁ ସକ୍ଷମ ହୋଇଥିଲେ। ଏନେଇ ସେ ଶେଷରେ ଅଧିନାୟକ ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *