Pratidin TV

Odisha's Digital News Platform

ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କୁ ନେଇ ଖରାପ ମନ୍ତବ୍ୟ ଦେଲେ ପାକିସ୍ତାନର ପୂର୍ବତନ ଖେଳାଳି ,ରାଗିଗଲେ ଫ୍ୟାନ୍ସ…

1 min read

ଜାଣିଶୁଣି ବିବାଦ ଭିତରକୁ ପଶୁଛି ପାକିସ୍ତାନ । ଆର୍ଥିସ୍ତରରେ ଭାଙ୍ଗିପଔବଥିବା ପାକିସ୍ତାନ ଚକ୍ରାନ୍ତ କରିବାକୁ ଭୁଲୁ ନାହିଁ । ସବୁ ବେଳେ ଭାରତକୁ ବଦନାମ କରିବାକୁ ଭିନ୍ନ ଭିନ୍ନ ଷଡଯନ୍ତ୍ର କରୁଛି । ସେମିତି କହିବାକୁ ଗଲେ ଆଇସିସି ବିଶ୍ୱକପ ୨୦୨୩ରୁ ପାକିସ୍ତାନ ବିଦା ହୋଇ ସାରିଛି । ସେମିପାଇନାଲରେ ନିଜ ସ୍ଥାନ ପକ୍କା ନ କରି ଭାରତ ଛାଡିଛି । କିନ୍ତୁ ଯାଉଁ ଭାରତ ବିରୋଧ ପୁଣି ବିଷ ଓଗାଳିବା ଆରମ୍ଭ କରି ଦେଇଛି । ଭାରତୀୟ ଖେଳାଳିଙ୍କ ପରେ ଏବେ ବଲିଉଡକୁ ଟାର୍ଗେଟ କରିଛି ପାକିସ୍ତାନ । ବଲିଉଡର ଜଣେ ନାମୀ ଦାମୀ ଅଭିନେତ୍ରୀଙ୍କୁ ବଦନାମ କରିଛନ୍ତି ପାକିସ୍ତାର ପୂର୍ବତନ ଖେଳାଳି । ତାଙ୍କ ବିରୋଧରେ ଦେଇଛନ୍ତି କଡା ମନ୍ତବ୍ୟ । ତେବେ ଘଟଣାଟି କଣ ଆସନ୍ତୁ ଜାଣିବା । ବିଶ୍ୱକପରୁ ବିଦା ହେବା ପରେ ପାକିସ୍ତାନ ଟିମ ଉପରେ ରାଗିଛନ୍ତି ପୂରା ପାକିସ୍ତାନବାସୀ ।

ଆରମ୍ଭରୁ ପାକିସ୍ତାନ ଭଲ ପ୍ରଦର୍ଶନ କରିଥିବା ବେଳେ ଶେଷ ଆଡକୁ ସେମାନେ ପରାସ୍ତର ସାମ୍ନା କରିଥିଲା । ଯାହାଫଳରେ ବତ୍ତ୍‌ର୍ମାନ ପାକସ୍ତାନର ଅଧିନାୟକ ବାବର ଆଜମ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡଙ୍କୁ ଟାର୍ଗେଟ କରିଛନ୍ତି ପାକିସ୍ତାନର ପୂର୍ବତନ ଖେଳାଳି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକ ପାକିସ୍ତାନୀ ଦଳର ପ୍ରଦର୍ଶନ ବିଷୟ କହୁ କହୁ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟ ରାୟ ବଚ୍ଚନଙ୍କୁ ନେଇ ଦେଇଛନ୍ତି ଖରାପ ମନ୍ତବ୍ୟ ।

Advertisement

ଯାହା ସୋସିଆଲ ମିହିଆରେ ଭାଇରାଲ ହେଉଛି । ତାଙ୍କ ମନ୍ତବ୍ୟ ଶୁଣି ଐଶ୍ୱର୍ଯ୍ୟାଙ୍କ ପ୍ରଶଂସକ ତାଙ୍କୁ ନିନ୍ଦା କରିବା ସହ କଡା ସମାଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଖେଳାଳି ଶାହିଦ ଆଫ୍ରିଦି, ଉମର ଗୁଲଙ୍କ ସମେତ ରଜାକ ଉପସ୍ଥିତ ରହିଥିଲେ ।

ରଜାକ କହିଥିଲେ ଯେ ଦଳ ଭଲ ପ୍ରଦର୍ଶନ କରିବା ପାଇଁ ସେମାନଙ୍କ ଉଦ୍ଦେଶ୍ୟ ଠିକ ରହିବା ଦରକାର । ଯଦି ତୁମେ ଭାବୁଛ ସେ ଐଶ୍ୱର୍ଯ୍ୟଙ୍କୁ ବାହା ହେବ ଏବଂ ଏକ ଆଦର୍ଶ ସନ୍ତାନ ହେବା ଉଚିତ ତେବେ ତାହା ହେବ ନାହିଁ । ତୁମକୁ ପ୍ରଥମେ ତୁମର ଉଦ୍ଦେଶ୍ୟକୁ ସେଟ କରିବାକୁ ପଡିବ । ଏହି ଭିଡିଆ ସାମ୍ନାକୁ ଆସିବା ପରେ ରଜାକୁ କଡ ସମାଲୋଚନା କରାଯାଉଛି ।

Leave a Reply

Your email address will not be published. Required fields are marked *