Pratidin TV

Odisha's Digital News Platform

ଏହି କାରଣ ପାଇଁ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲାନି ପାକିସ୍ତାନ ..

ଏବେ ପୁଣିଥରେ ସରକାର ଗଢିବା ପାଇଁ ଯାଉଛନ୍ତି ନରେନ୍ଦ୍ର ମୋଦି । ଯେଉଁଥିପାଇଁ ଏବେ ସାରା ବିଶ୍ୱର  ନେତା ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହେଲେ ଏଯାଏ  ପଡ଼ୋଶୀ ଦେଶ ପାକିସ୍ତାନ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇ ନାହିଁ କି  କୌଣସି ପ୍ରତିକ୍ରିୟା ଦେଇନାହିଁ।ହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ପାକିସ୍ତାନ ପକ୍ଷରୁ ଗୋଟିଏ ବଡ଼ ବୟାନ ସାମ୍ନାକୁ ଆସିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳର ମୁଖପାତ୍ର ମମତାଜ ଜହରା ବଲୋଚଙ୍କୁ କ’ଣ ଦେଶ ପକ୍ଷରୁ ବିଧିବଦ୍ଧ ଭାବେ ନରେନ୍ଦ୍ର ମୋଦିଙ୍କୁ ବିଜୟ ନେଇ ଶୁଭେଚ୍ଛା ଜଣା ଯାଇଛି ବୋଲି ପ୍ରଶ୍ନ କରାଯାଇଥିଲା।

ଏହାର ଜବାବରେ ମମତାଜ କହିଛନ୍ତି, “ସେମାନଙ୍କର(ଭାରତ) ନିର୍ବାଚନ ପ୍ରକ୍ରିୟା ଉପରେ ଆମର ମତାମତା ଦେବା ଠିକ ନୁହେଁ। ନିଜର ପ୍ରତିନିଧିଙ୍କୁ ବାଛିବା ପାଇଁ ଅଧିକାର କେବଳ ଭାରତୀୟଙ୍କର ରହିଛି। ଭାରତରେ ବର୍ତ୍ତମାନ ସରକାର ଗଠନ ପ୍ରକ୍ରିୟା ଚାଲିଛି। କେହି ବି ଭାରତର ପ୍ରଧାନମନ୍ତ୍ରୀ ଭାବେ ଏଯାଏ ଶପଥ ନେଇ ନାହାନ୍ତି। ତେଣୁ ଏବେଠାରୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ଠିକ ହେବନି।” ଏଥର ନିର୍ବାଚନ ବିଜେପି ଏକାକୀ ସରକାର ଗଠନ କରିବା ପାଇଁ  ଭୋଟ ହାସଲ କରିପାରି ନାହିଁ । ଯେଉଁଥି ପାଇଁ ଏନ୍ଡ଼ିଏ ଦଳ ସହ ମିଶି ସରକାର ଗଢିବାକୁ ଯାଉଛି  । ଆସନ୍ତା ୯ ତାରିଖ ଦିନ ପୁଣିଥିରେ ପ୍ରଧାନମନ୍ତ୍ରୀ ଭାବେ ରାଷ୍ଚପତି ଭବନରେ ଶପଥ ନେବେ । ଏଥିପାଇଁ ପଡ଼ୋଶୀ ଦେଶର ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଛି । ବାଂଲାଦେଶ, ଭୂଟାନ, ଶ୍ରୀଲଙ୍କା, ନେପାଳ ଆଦି ଦେଶର ନେତା ନୂଆଦିଲ୍ଲୀ ପହଞ୍ଚିବା ନେଇ ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *