Pratidin TV

Odisha's Digital News Platform

ଜେଲ୍ ରେ ରହି ପାକସ୍ତାନରେ ନିର୍ବାଚନ ଲଢିବେ ଏହି ତିନି ମହିଳା …

1 min read

ପାକିସ୍ତାନରେ ହେବ ସାଧାରଣ ନିର୍ବାଚନ । ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ହେଭୱେଟ ନେତା । ତେବେ ଏଥର ନିର୍ବାଚନ ପୂର୍ବ ନିର୍ବାଚନ ଠାରୁ ଖାସ୍ । କାରଣ ନର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଜେଲ୍‌ରେ ସଜା କାଟୁଥିବା ୩ ମହିଳା । ପିଟିଆଇର ଏହି ମହିଳା ନେତ୍ରୀ ମାନେ ଜେଲ୍‌ରୁ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି । ଯାହାକୁ ନେଇ ପାକିସ୍ତାନ ରାଜନୀତିରେ ବେଶ ଚର୍ଚ୍ଚା ହେଉଛି ।

ଫେବୃଆରୀ ୮ରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ୧୭୫ଟି ଦଳ ପ୍ରତିଦ୍ୱନ୍ଦ୍ୱିତା କରିବେ । ତେବେ ଏହା ବ୍ୟାତିତ ବହୁ ସଂଖ୍ୟକ ସ୍ୱାଧୀନ ପ୍ରାର୍ଥୀ ଏହି ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରିବେ । ତେବେ ଏହାରି ମଧ୍ୟ ଏମିତି କିଛି ପ୍ରାର୍ଥୀ ଯେଉଁମାନେ ଜେଲରୁ ନିର୍ବାଚନ ଲଢିବେ । ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ତିନିଜଣ ମହିଳା ଜେଲରୁ ନିର୍ବାଚନ ଲଢୁଛନ୍ତିି ।

Advertisement

ଏହି ତିନିଜଣ ଶରିଫ ପରିବାର ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି । ତେବେ ଏହି ତିିନି ମହିଳା ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ଅଭିଯୋଗରେ ମଇ ୯ରେ ଗିରଫ ହୋଇଥିଲେ । ତେବେ ଏହି ତିନି ମହିଳା ପ୍ରାର୍ଥୀ ମାନଙ୍କ ଭିତରୁ ପ୍ରଥମ ଡ ୟସ୍ମିିନ ରସିଦ ଲାହୋର-୧୩୦ ନିର୍ବାଚନମଣ୍ଡଳୀରୁ ନୱାଜ ଶରିଫଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତିି । ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହେବାର ଆଶା କରାଯାଉଛି ।

ତେବେ ଅନ୍ୟଜଣେ ହେଉଛନ୍ତି ଆଲିଆ ହାମଜା ମଲିକ PML-N ନେତା ହମଜା ଶରିଫଙ୍କୁ କଡ଼ା ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛନ୍ତି । ତେବେ ଜେଲରେ ଥିବା ପିଟିଆଇ ର ମହିଳା କାର୍ଯ୍ୟକର୍ତ୍ତା ସାନମ ଜାଭେଦ, ପାକିସ୍ତାନ ମୁସଲିମ ଲିଗ-ନୱାଜ ମୁଖ୍ୟ ମରିୟମ ନୱାଜଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଉଭୟଙ୍କ ମଧ୍ୟରେ କଡା ଟକ୍କର ହେବାର ଆଶା କରାଯାଉଛି ।tehreek-e-insaf

Leave a Reply

Your email address will not be published. Required fields are marked *