ବିଦେଶରେ ଭିକ୍ଷାବୃତି କରୁଛି ପାକିସ୍ତାନ, ତାଗିଦ କଲା ସାଉଦୀଆରବ…
1 min read
ନୂଆଦିଲ୍ଲୀ: ପାକିସ୍ତାନରେ ଦିନକୁ ଦିନ ବଗିଡିବାରେ ଲାଗିଛି ପରିସ୍ଥିତି । ପାକିସ୍ତାନରେ ଆର୍ଥିକ ସ୍ଥିତି ଠିକ ନଥିବା ହେତୁ ଦାରିଦ୍ରତା ବୃଦ୍ଧି ପାଉଛି । ସେହିଭଳି ବର୍ତ୍ତମାନ ଏକ ଖବର ରହିଛି ଯେ ବିଦେଶରେ ବୁଲୁଛନ୍ତି ପାକିସ୍ତାନ ଭିକାରୀ । ସାଉଦୀ ଆରବ,ଇରାନ ଇରାକ ଭଳି ଦେଶରେ ଅଧିକ ସଂଖ୍ୟକ ଭିକାରୀ ରହିଥିବା ଜଣାପଡିଛି । ସେମାନଙ୍କ ମଧ୍ରୁ ପାଖାପାଖି ୯୦ପ୍ରତିଶତ ଭିକାରୀ ପାକିସ୍ତାନର ବୋଲି ଜଣାପଡିଛନ୍ତି । ସେମାନେ ତିର୍ଥଯାତ୍ରା ଭିସା ବ୍ୟବହାର କରି ବିଦେଶ ଆସୁଛନ୍ତି । ତିର୍ଥସ୍ଥାନ ମାନଙ୍କରେ ରହି ଭିକ୍ଷାବୃତ୍ତି କରୁଥିବା ସାମ୍ନାକୁ ଆସିଛି । ସେମାନଙ୍କୁ ଚିହ୍ନଟ କରାଯିବାରୁ ସେମାନେ ପାକିସ୍ତାନର ବୋଲି ଜଣାପଡିଛି । ଯାହାକୁ ନେଇ ସାଉଦୀଆରବ ପାକିସ୍ତାନକୁ ତାଗିଦ କରି ଭିକାରୀ ମାନଙ୍କୁ ନ ପଠାଇବା ପାଇଁ କହିଛନ୍ତି । ତେବେ ପାକିସ୍ତାନର ଅଣଶିକ୍ଷିତ ଶ୍ରମିକ ବା କୁଶଳୀ ମାନେ ବିଦେଶ ଆସି ଭିକ୍ଷା ବୃତ୍ତି କରୁଛନ୍ତି ବୋଲି ବିଦେଶ ମନ୍ତ୍ରଣାଳୟର ସଚିବ ସୂଚନା ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଜେଲରେ ବନ୍ଦୀ ମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ପାକିସ୍ତାନର । କୁହାଯାଇଛି ଯେ ପାକିସ୍ତାନରେ ଗତବର୍ଷ ୩୯.୪ପ୍ରତିଶତ ଦାରିଦ୍ରତା ବଢିଛି । ତେବେ ଦେଶର ଅର୍ଥନୈତିକ ସ୍ଥିତି ସୃଦୁଢ ନଥିବା ଯୋଗୁଁ ବିଦେଶରେ ସେ ଲଜ୍ଜିତ ହୋଇଛି ।