ଭୟଙ୍କର ପରିସ୍ଥିତିରେ ଗତି କରୁଛି ପାକିସ୍ତାନ, ଏୟାର କ୍ୱାଲିଟି ଯୋଗୁଁ ହେଲା ଲକଡାଉନ
1 min readଭୟଙ୍କର ପରିସ୍ଥିତିରେ ପାକିସ୍ତାନ |ବାଧ୍ୟ ହୋଇ ହେଲା ସାରା ପାକିସ୍ତାନରେ ଲକଡାଉନ | ଦୀପାବଳୀ ପରେ ପରେ ବଢିଯାଇଛି ଚିନ୍ତା | କେବଳ ଭାରତ ହେଁ ପାକିସ୍ତାନରେ ମଧ୍ୟ ବାୟୁ ପ୍ରଦୂଷଣ ଭୟଙ୍କର ପରିସ୍ଥିତି ଦେଖିବାକୁ ମିଳିଛି |ବର୍ତ୍ତମାନ ଦିଲ୍ଲୀରେ ଏୟାର କ୍ୱାଲିଟି ୩୫0 ପାର ହୋଇଥିବା ସମୟରେ ପାକିସ୍ତାନରେ ୨000 ହଜାର ଅତିକ୍ରମ କରିଛି | ଯେଉଁଥିପାଇଁ ଶେୟବାଜ ସରକାର ନେଲେ ବଡ଼ ନିଷ୍ପତ୍ତି। ପ୍ରଦେଶରେ ଘୋଷଣା ହୋଇଛି ଲକ୍ଡାଉନ।
ପାକିସ୍ତାନର ବାୟୁ ଗୁଣବତ୍ତା ସ୍ତର ବର୍ତ୍ତମାନ ସବୁଠାରୁ ଖରାପ ସ୍ତରରେ ପହଞ୍ଚିଛି। ବାୟୁ ଗୁଣବତ୍ତା ସୂଚକାଙ୍କ ଯଥା AQI 2135 ପାକିସ୍ତାନର ମୁଲତାନ ସହରରେ ରେକର୍ଡ କରାଯାଇଛି | ଯାହାକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନଦଣ୍ଡ ଅନୁଯାୟୀ 189 ଗୁଣ ଅଧିକ ଅଟେ | ଲୋକେ ବାହାରକୁ ବାହାରିବାକୁକ ଡରୁଛନ୍ତି | ଲୋକଙ୍କୁ ଶ୍ୱାସକ୍ରିୟା ଜନିତ ରୋଗ ସମୟ ଦେଖିବାକୁ ମିଳୁଛି | ସ୍ୱାସ୍ଥ୍ୟ ଜନିତ ସମସ୍ୟା , ଚର୍ମ ରୋଗ ପରି ସମସ୍ୟା ଦେଖିବାକୁ ମିଳୁଛି | ଲକଡାଉନ ସମୟରେ ଲୋକଙ୍କୁ ନଭେମ୍ବର ୧୭ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପାର୍କ ଏବଂ ସଂଗ୍ରହାଳୟ ପରିଦର୍ଶନ କରିବାକୁ ବାରଣ କରାଯାଇଛି।