Pratidin TV

Odisha's Digital News Platform

ଭାରତୀୟ ସୀମରେ ପାକିସ୍ତାନୀ ଡ୍ରୋନ : ପୁଣି ଧୂଳିସାତ୍ ହେଲା ପାକ୍ର ଆଉ ଏକ ପ୍ରୟାସ

1 min read

ନୂଆଦିଲ୍ଲୀ : ନିଜର କୁଟନୀତିରେ ପାକିସ୍ତାନ ରହିଛି ସବୁବେଳେ ଆଗୁଆ । କିନ୍ତୁ ଏବେ ଗୋଟିଏ ପରେ ଗୋଟିଏ ତାର ପ୍ରାୟ ସମସ୍ତ ଷଡଯନ୍ତ୍ରକୁ ନିଷ୍ଫଳ କରିଛି ଭାରତୀୟ ସେନା ।ଗତକାଲି ରାତିରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ସୀମା ଊପରେ ଏକ ଡ୍ରୋନ ଉଡୁଥିବାର ଦେଖିବାକୁ ପାଇଥିଲେ ଭାରତୀୟ ସେନା । ତେବେ ଏହା ପାକିସ୍ତାନର ଅନ୍ୟ ଏକ ସଡଯନ୍ତ୍ର ବୋଲି ଅନୁମାନ କରି ସେନା ପକ୍ଷରୁ ଲାଗାତର ଗୁଳି ଚଲା ଯାଇଥିଲା , ହେଲେ ଗୁଳି ଡ୍ରୋନରେ ବାଜିପାରିନଥିଲା । ଗୁଳିମାଡ ଦ୍ୱାରା ଡ୍ରୋନଟି ପୁଣି ପାକିସ୍ଥାନକୁ ଚାଲିଯାଇଥିବା ସୂଚନା ଦେଲେ ସେନା ମୁଖ୍ୟ । ଗତକାଲି ରାତି ୯ ସମୟରେ ଘଟିଛି ଏପରି ଘଟଣା ।

ତେବେ ସେନା ମୁଖ୍ୟଙ୍କ କହିବା ଅନୁ୍‌ଯାୟୀ ଡ୍ରୋନରେ କିଛି ବିସ୍ଫୋରକ ସାମଗ୍ରୀ ଲଦା ହୋଇଥିଲା ।ମେ ମାସରେ ଜାମ୍ମୁ କାଶ୍ମୀର ର ଖଟୁଆ ଜିଲ୍ଲାରେ ପାକିସ୍ତାନ ର ଏକ ଡ୍ରୋନକୁ ଗୁଳି କରି ଖସାଇଥିଲେ ଭାରତୀୟ ସେନା । ଏହି ଡ୍ରୋନ ସାହାଯ୍ୟରେ ଭାରତରେ ଥିବା ଆତଙ୍କବାଦୀଙ୍କ ପାଖକୁ ଅସ୍ତ୍ରଶସ୍ତ୍ର ପଠାଉôତଲା ପାକିସ୍ତାନ ।

Advertisement

ତେବେ ସେମାନେ ଏହା ଉର୍ଦ୍ଧେଶ୍ୟ ମୂଳକ ଭାବେ କରିଛନ୍ତି ବୋଲି କହିଛନ୍ତି ସେନାମୁଖ୍ୟ । ଅମରନାଥ ଯାତ୍ରା ର ଆରମ୍ଭ ଫଳରେ କିଛି ବଡ ଧରଣର ଦୁର୍ଘଟଣା ଘଟାଇବା ପାଇଁ ଏପରି କରିଛି ପାକିସ୍ତାନ । ତେବେ ଭାରତୀୟ ସେନା ଏନେଇ ସବୁବେଳେ ସମ୍ପୂର୍ଣ୍ଣ ଭାବେ ହାଇ ଆଲର୍ଟ ଅଛି ବୋଲି ସୂଚନା ଦେଲେ ସେନା ମୁଖ୍ୟ ।

Leave a Reply

Your email address will not be published. Required fields are marked *