ପାକିସ୍ତାନର କଳା ଗୁମର ; ଡ୍ରଗ୍ସ ଦେଇ ୫ ହଜାରରୁ ଅଧିକ ଛାତ୍ରୀଙ୍କ ଯୌନ ଶୋଷଣର ଭିଡିଓ ଭାଇରାଲ
1 min readନୂଆଦିଲ୍ଲୀ : ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଡ୍ରଗ୍ସ ଦେଇ ଚାଲିଛି ଯୌନ ଶୋଷଣ । ପାକିସ୍ତାନର ୫ ହଜାରରୁ ଅଧିକ କଲେଜ ଛାତ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ସାର ବିଶ୍ୱକୁ ଚକିତ କରିଛି । ପାକିସ୍ତାନରେ ବିଶ୍ୱର ସବୁଠୁ ବଡ ସେକ୍ସ ସ୍କାଡାଲ ଚାଲିଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି । ଏଥରେ ହଜାର ହଜାର ଝିଅମାନଙ୍କୁ ଡ୍ରଗ୍ସ ନିଶାରେ ଫସାଇ ଯୌନ ଶୋଷଣ ଓ ଭିଡିଓ ଭାରଇାଲ କରାଯାଉଥିବା ଜଣାପଡିଛି । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଇସଲାମିକ ବିଶ୍ୱବିଦ୍ୟାଳୟ ବାହାଲପୁରରେ ଘଟିଥିବା ନେଇ ଅଭିଯୋଗ ହୋଇଛି । ଏଥିରେ ଡ୍ରଗ୍ସ ବିକ୍ରୟ ତଥା ଛାତ୍ର ଓ ଶିକ୍ଷକଙ୍କ ଯୌନ ଶୋଷଣ ଅଭିଯୋଗରେ ପୋଲିସରେ ଏକ ବିଶେଷ ରିପୋର୍ଟ ପରେ ଇସଲାମିକ ବିଶ୍ୱବିଦ୍ୟାଳୟରେ ଯାଞ୍ଚ ଚାଲିଛି । ତାସହ ପୋଲିସକୁ ଏକ ବଡ ତଥ୍ୟ ମିଳିଥିବା ମଧ୍ୟ ଜଣାପଡିଛି । ବିଶ୍ୱବିଦ୍ୟାଳୟ ଯାଞ୍ଚ ସମୟରେ କର୍ମଚାରୀଙ୍କ ମୋବାଇଲ ଫୋନ ଗୁଡିକ ଜବତ କରାଯାଇଥିଲା ଯେଉଁଥିରୁ ପୋଲିସକୁ ଅନେକ ଅଶ୍ଲୀଳ ଭିଡିଓ ମିଳିଛି । ଯାହା ବିଶ୍ୱବିଦ୍ୟାଳୟର କଳା ଗୁମରକୁ ଧରା ପକାଇଥିବା ପାକିସ୍ତାନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।
ଏହା ପରେ ପୋଲିସ ପୋଲିସ ଆଇୟୁବି କୋଷାଧ୍ୟକ୍ଷଙ୍କୁ ଗିରଫ କରି ତାଙ୍କ ନିକଟରୁ ମିଥ୍ ଏବଂ ଆପ୍ରୋଡାଇସିଆକ୍ ଉଦ୍ଧାର କରିଥିବାବେଳେ ବିଶ୍ୱବିଦ୍ୟାଳୟର ସୁରକ୍ଷା ମୁଖ୍ୟ ଛାତ୍ର ଏବଂ କର୍ମଚାରୀଙ୍କ ମୋବାଇଲରୁ ଆପତ୍ତିଜନକ ଭିଡିଓ ରଖିଥିବା ପ୍ରମାଣ ପାଇଛି । ସେହିଭଳି ବିଶ୍ୱବିଦ୍ୟାଳୟର କୋଷାଧକ୍ଷଙ୍କୁ ଗିରଫ୍ କରିବା ସମୟରେ ତାଙ୍କ ନିକଟରୁ ୧୦ ଗ୍ରାମର ଚରସ ଜବତ କରିଥିଲା । ଏହା ସହ ତାଙ୍କ ଫୋନରୁ ଅନେକ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ମିଳିଥିଲା । କଲେଜର ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଅବସରପ୍ରାପ୍ତ ମେଜର ଆଇଜାଜ ହୁସେନ୍ଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହି ମାମଲାରେ ଏପର୍ଯ୍ୟନ୍ତ ତିନି ଜଣଙ୍କୁ ଗିରଫ କରାଯାଇଛି।
ଅନ୍ୟପଟେ ବିଶ୍ୱବିଦ୍ୟାଳୟର ଅଧିକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟନୁଷ୍ଠାନ ପରେ କୁଳପତି ପ୍ରଫେସର ଡଃ ଅଥାର ମେହବୁବ ଇନ୍ସପେକ୍ଟର ଜେନେରାଲ (ଆଇଜିପି) ୟୁଏସ୍ ଉସମାନ ଅନୱାରଙ୍କୁ ଚିଠି ଲେଖି ଗିରଫଦାରୀର ତଦନ୍ତ ପାଇଁ ଏକ ଉଚ୍ଚ ସ୍ତରୀୟ ଅନୁସନ୍ଧାନକାରୀ ଦଳ ଗଠନ କରିବାକୁ ଅନୁରୋଧ କରିଛନ୍ତି।