ଗାଜାର ପରିସ୍ଥିତି ପାଇଁ ବିକଶିତ ଦେଶ ଦାୟୀ’ ବୋଲି କହିଲା ପାକିସ୍ତାନ…
1 min readହମାସ୍କୁ ହଟାଇବା ପାଇଁ ଇସ୍ରାଏଲ କ୍ରମାଗତ ଭାବରେ ନିଜର ଆକ୍ରମଣକୁ ଜୋରଦାର କରୁଛି । ଗାଜା ଉପରେ ଚାଲିଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଅନେକ ମୁସଲମାନ ଦେଶ ଆତଙ୍କବାଦୀ ଗୋଷ୍ଠୀ ହମାସ୍କୁ ସମର୍ଥନ କରିଛନ୍ତି । ଏହି ସମୟରେ ପାକିସ୍ତାନର ହାମାସ ପ୍ରତି ଥିବା ପ୍ରେମ ଦେଖିବାକୁ ମିଳିଥିଲା । ରବିବାର ପାକିସ୍ତାନୀ ଧାର୍ମିକ ଦଳର ମୁଖ୍ୟ ଜାମିଆତ୍ ଉଲେମା-ଇ-ଇସଲାମ ପାକିସ୍ଥାନ ମୈାଲାନା ଫଜଲ-ଉର-ରେହମାନ କତାରରେ ହମାସର ନେତା ଇସମାଇଲ ହନିୟେ ଏବଂ ଖାଲିଦ ମଶଲଙ୍କୁ ଭେଟି ସମର୍ଥନ ଜଣାଇଥିଲେ । କୁହାଯାଇଛି ଯେ ଫଜଲ-ଉର-ରେହମାନ ଗାଜାବାସୀଙ୍କ ସହ ଏକତା ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ହାମାସର ନେତା ମଧ୍ୟ କାଶ୍ମୀରକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ । ହାମାସ ନେତା କହିଛନ୍ତି ଯେ ପାଲେଷ୍ଟାଇନ ଏବଂ କାଶ୍ମୀରରେ ହୋଇଥିବା ଅନ୍ୟାୟ ଦେଶ ମାନଙ୍କୁ ମାନବିକ ଅଧିକାରର ଉଲ୍ଲଂଘନ ପାଇଁ ନିନ୍ଦା କରୁଛି । ସେପଟେ ମୈାଲାନା ଫଜଲ-ଉର-ରେହମାନ, ହାମାସ ନେତାଙ୍କ ସହ ବାର୍ତ୍ତାଳାପ ସମୟରେ ଘାଜା ସ୍ଥିତି ପାଇଁ ବିକଶିତ ଦେଶଗୁଡ଼ିକୁ ଦାୟୀ କରିଥିଲେ । ସେ କହିଛନ୍ତି ଯେ ଗାଜାର ନିରୀହ ମହିଳା ଏବଂ ପିଲାମାନଙ୍କର ରକ୍ତରେ ବିକଶିତ ଦେଶମାନଙ୍କ ହାତରେ ଦାଗ ଲାଗିଛି । ତେଣୁ ପାଲେଷ୍ଟାଇନବାସୀଙ୍କ ସହ କାନ୍ଧ କାନ୍ଧରେ ଠିଆ ହେବାକୁ ମୁସଲମାନ ଦେଶମାନଙ୍କୁ ରହମାନ ଅନୁରୋଧ କରିଥିଲେ ।