Pratidin TV

Odisha's Digital News Platform

ପାକ୍‌ରେ ବୋଝ ଉପରେ ଳଳିତାବିଡା ପରିସ୍ଥିତି , ରାଗରେ ପେଟ୍ରୋଲ ପମ୍ପ ଜାଳିଲେ ଲୋକ ..

ନୂଆଦିଲ୍ଲୀ : ପାକିସ୍ତାନରେ ଦିନକୁ ଦିନ ବୃଦ୍ଧି ପାଉଛି ସଂଙ୍କଟ ।ଖାଦ୍ୟସଙ୍କଟ,ମସଜିଦ୍ ବିସ୍ପୋରଣ ପରେ ୩୫ ଟଙ୍କା ବଢିଲା ତେଲ ଦର । ବର୍ଦ୍ଧିତ ଦର ଯୋଗୁ ଜାଳିଦେଲେ ପେଟ୍ରୋଲ ପମ୍ପ । ଆର୍ôଥକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଅବସ୍ଥା ବେଳକୁ ବେଳ ଖରାପ୍ ହେବାରେ ଲାଗିଛି । ସମଗ୍ର ବିଶ୍ୱରୁ ସହାୟତା ପାଇଁ ପାକିସ୍ତାନ ସରକାର ନିବେଦନ କରୁଛନ୍ତି । ପରିସ୍ଥିତି ଏଭଳି ହୋଇଛି ଯେ ଦେଶବାସୀ ମୌଳିକ ଆବଶ୍ୟକତାରୁ ମଧ୍ୟ ବଂଚିତ ହେଉଛନ୍ତି ।

ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ୁଛି ପାକିସ୍ତାନର ଦୁର୍ଦ୍ଦଶା । ଅଟା, ଅଣ୍ଡା, ଖାଇବା ତେଲ ଓ ପନିପରିବା ଦର ଆକାଶ ଛୂଆଁ ହେଲାଣି । ଲୋକମାନଙ୍କ ମଧ୍ୟରେ ଖାଇବା ପାଇଁ ହାହାକାର ଦେଖାଦେଲାଣି । ଏମିତିକି ଲୋକ ଅଟା ପାଇଁ ଲମ୍ବା ଲାଇନ ଲଗାଇ ଘଂଟା ଘଂଟା ଛିଡା ହେବାକୁ ପଡୁଛି । ଇତିମଧ୍ୟରେ ଆଉ ଏକ ଚିତ୍ର ଭାଇରାଲ ହେଉଛି ।

ଯେଉଁଥିରେ ଲୋକମାନେ ପେଟ୍ରୋଲ ପମ୍ଫ ଜାଳି ଦେଉଥିବାରୁ ଦେଖିବାକୁ ମିଳିଛି । ସୂଚନା ମୁତାବକ, ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପରେ ବର୍ତମାନ ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି । ବର୍ତମାନ ସରକାର ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩୫ ଟଙ୍କା ବୃଦ୍ଧି କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉତ୍ୟକ୍ତ ହୋଇ ଲାହୋରର ଲୋକମାନେ ପେଟ୍ରୋଲ ପମ୍ପରେ ନିଆଁ ଲଗାଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *