Pratidin TV

Odisha's Digital News Platform

ଭାରତକୁ ଅନୁସରଣ କରୁଛି ପାକିସ୍ତାନ , ଭାରତ ଭଳି ପାକିସ୍ତାନରେ ଆରମ୍ଭ ହେଲା ବମୁଦ୍ରାକରଣ ପ୍ରକ୍ରିୟା …

1 min read

ଆର୍ଥିକ ସଙ୍କଟ ଭିତରେ ଫସିଛି ପାକିସ୍ତାନ । ଧୀରେ ଧୀରେ ହୋଇପଡିଲାଣି ସାଙ୍ଘାତିକ ସ୍ଥିତି । ତେବେ ଏହାରି ମଧ୍ୟରେ ମୋଦୀଙ୍କ ପଦାଙ୍କ ଅନୁସରଣ କରିଛି ପାକିସ୍ତାନ । ଭାରତ ପରି ପାକିସ୍ତାନରେ ବି ହେବ ବିମୁଦ୍ରାକରଣ । ମୁଦ୍ରାର ଅଭାବ ଏବଂ ନକଲି ନୋଟ୍ କୁ ରୋକିବା ପାଇଁ ପାକିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କ ଏପରି ପଦକ୍ଷେପ ଗ୍ରହଣ କରିଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ଗଭର୍ଣ୍ଣର ଜମିଲ ଅହମ୍ମଦ କହିଛନ୍ତି ଯେ ସୁରକ୍ଷାକୁ ଦୃଷ୍ଟିରେ ରଖି ଉନ୍ନତ ଜ୍ଞାନ କୌଶଳ ସହିତ ନୂତନ ନୋଟ୍ ଜାରି କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ପାକିସ୍ତାନ ମୁଦ୍ରାକୁ ଆଧୁନିକରଣ କରିବା ପାଇଁ ଏଥିରେ ସ୍ୱତନ୍ତ୍ର ସୁରକ୍ଷା ନମ୍ବର ଏବଂ ଡିଜାଇନ ବ୍ୟବହାର କରାଯିବ ।

ସେ କହିଛନ୍ତି ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ପାକିସ୍ତାନର ମୁଦ୍ରା ବ୍ୟବସ୍ଥା ବ୍ୟବସାୟ ତଥା ନାଗରିକଙ୍କ ଉପରେ ଆତ୍ମବିଶ୍ୱାସ ସୃଷ୍ଟିକରିବା । ୨୦୦୫ ମସିହାରୁ ୨୦ ଟଙ୍କା ଠାରୁ ଆରମ୍ଭ କରି ୫୦, ୧୦୦, ୫୦୦, , ୧୦୦୦ ଏବଂ ୫୦୦୦ ଟଙ୍କା ନୋଟ୍ ପ୍ରଚଳିତ ହୋଇ ଆସୁଛି । ବର୍ତ୍ତମାନ ସେହି ନୋଟ୍ ଗୁଡିକର ପରିବର୍ତ୍ତନ କରାଯିବ । ତେବେ କଳାଧନ ଏବଂ ମନିଲଣ୍ଡରିଂ ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଇଛି ।

Advertisement

Leave a Reply

Your email address will not be published. Required fields are marked *