Pratidin TV

Odisha's Digital News Platform

ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ ଭାରତ ! ସର୍ତ୍ତ ରଖିଲେ ଏହି କ୍ରିକେଟର ..

ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ  ଟିମ ଇଣ୍ଡିଆ ପାକିସ୍ତାନ ଯିବକି ନାହିଁ ସେ ନେଇ ଚାଲିଛି କଳ୍ପନା ଜଳ୍ପନା  । ଯାହାକୁ ନେଇ ବିଭିନ୍ନ ମତ ପ୍ରକାଶ ପାଇଛି  । ଯଦିଓ ପ୍ରତି ପାକିସ୍ତାନୀ ଚାହାଁନ୍ତି ଯେ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଭାରତ ପାକିସ୍ତାନ ଗସ୍ତ କରୁ, ହେଲେ ଭାରତ ହାଇବ୍ରିଡ ମଡେଲରେ ଖେଳିବାକୁ ଚାହୁଁଥିବା ମଧ୍ୟ ମିଡିଆ ରିପୋର୍ଟ ପ୍ରକାଶ ପାଉଛି । ଏଭଳି ସ୍ଥିତିରେ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ୍‌ ଇଣ୍ଡିଆ ସହ ଭାରତୀୟ ସୁରକ୍ଷା ବଳ ପାକିସ୍ତାନ ଯାଇପାରିବ କି ? ଏନେଇ ପୂର୍ବରୁ ମଧ୍ୟ ପ୍ରଶ୍ନ ଉଠିଛି  । ତେବେ  ଭାରତର ପାକିସ୍ତାନ ଗସ୍ତ କୁ ନେଇ ନିଜ ମତ ରଖିଛନ୍ତି ପୂର୍ବତନ କ୍ରିକେଟର ତଥା ଆପ୍‌ ସାଂସଦ ହରଭଜନ ସିଂହ । ଭାରତ ଖେଳାଳି ପାକିସ୍ତାନ ଯିବାକୁ ନେଇ  ପାକିସ୍ତାନ ଆଗରେ ଏକ ସର୍ତ୍ତ ରଖିଛନ୍ତି ହରଭଜନ ସିଂହ । ‘ ହରଭଜନ ସିଂହ କହିଛନ୍ତି ଯେ ଭାରତ କେବଳ ଗୋଟିଏ ସର୍ତ୍ତରେ ପାକିସ୍ତାନ ଯାତ୍ରା କରିବା ଉଚିତ୍ ।

ସର୍ତ୍ତଟି ହେଉଛି, ପାକିସ୍ତାନ ଭାରତୀୟ ଦଳକୁ ସ୍ବତନ୍ତ୍ର ଭାବେ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଉ । ହରଭଜନ କହିଛନ୍ତି, “ଯଦି ଭାରତୀୟ ଦଳର ସୁରକ୍ଷା ସୁନିଶ୍ଚିତ ନହୁଏ, ତେବେ ଦଳ ପାକିସ୍ତାନ ଯିବା ଉଚିତ ନୁହେଁ । ଯଦି ଅଧିକାରୀମାନେ କୁହନ୍ତି ଯେ ଦଳଗୁଡିକ ସମ୍ପୂର୍ଣ୍ଣ ସୁରକ୍ଷା ପାଇବେ, ତେବେ ସରକାର ଏହା ବିଷୟରେ ଚିନ୍ତା କରିବା ଉଚିତ ଏବଂ ନିଷ୍ପତ୍ତି ନେବା ଉଚିତ୍ । କାରଣ ଏହି ବିଷୟ କେବଳ କ୍ରିକେଟ୍ ସହ ଜଡିତ ନୁହେଁ, ବରଂ ଏହାଠାରୁ ମଧ୍ୟ ବହୁ ଦୂରକୁ ଭାବିବା ଉଚିତ । ସେମାନେ ଯାହା କହୁଛନ୍ତି ତାହା ଠିକ୍ ବୋଲି ଭାବୁଛନ୍ତି, ଅନ୍ୟପଟେ ଆମେ ଯାହା କହୁଛୁ, ତାହା ହେଉଛି ଆମର ଦୃଷ୍ଟିକୋଣ । ମୁଁ ଭାବୁଛି ସୁରକ୍ଷା ଚିନ୍ତା ସବୁବେଳେ ଥାଏ ଏବଂ ଯଦି ଖେଳାଳିଙ୍କ ସୁରକ୍ଷା ସୁନିଶ୍ଚିତ ହୁଏ ନାହିଁ, ମୁଁ ଭାବୁଛି ଦଳ ସେଠାକୁ ଯିବା ଉଚିତ୍ ନୁହେଁ । ଗତବର୍ଷ ପାକିସ୍ତାନ ଏସିଆ କପର ଆୟୋଜନ କରିଥିଲା। ବିସିସିଆଇ ଭାରତୀୟ ଟିମକୁ ପାକିସ୍ତାନକୁ ପଠାଇବାକୁ ମନା କରିବାକୁ ହାଇବ୍ରିଡ ଫର୍ମୁଲାରେ ଏସିଆ କପ ଖେଳା ଯାଇଥିଲା। ଭାରତ ତା’ର ସବୁ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିଥିଲା। ବାକି ଦେଶଗୁଡ଼ିକ ପାକିସ୍ତାନରେ କିଛି ମ୍ୟାଚ ଖେଳିଥିଲେ। ଏବେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ପାଇଁ ଅଧିକାର ପାଇଛି। ଯଦି ଭାରତୀୟ ଟିମ ପାକିସ୍ତାନ ଯିବାକୁ ମନା କରିବ, ତା’ହେଲେ ଆଇସିସି ହାଇବ୍ରିଡ ମଡେଲ ଆପଣାଇ ପାରେ।

Leave a Reply

Your email address will not be published. Required fields are marked *